ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଯୋଗ ଦିବସ ଅବସରରେ ଶ୍ରୀନଗରରେ ହେବାକୁ ଥିବା ଆୟୋଜନରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମକୁ ଡଲ୍ ହ୍ରଦ ପାଖରେ ଥିବା ଶେର୍-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଫରେନ୍ସ ସେଣ୍ଟରରେ ଆୟୋଜିତ କରାଯିବ। ଆୟୁଷ ମନ୍ତ୍ରୀ ପ୍ରତାପରାଓ ଜାଧଭ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି।ଜାଧବ କହିଛନ୍ତି , ଏହି ଥର ଯୋଗ ଦିବସର ଥିମ୍, ‘ଯୋଗ ସ୍ୱୟଂ ଓ ସମାଜ ପାଇଁ ।’ ଜାଧଭ କହିଛନ୍ତି କି ଏହି ଥିମର ଅର୍ଥ କେମିତି ଆମେ ଯୋଗ ଦ୍ୱାରା ଆଭ୍ୟନ୍ତରୀଣ ଶକ୍ତିକୁ ବଢାଇ ପାରିବା ଏବଂ ସମାଜର ମଧ୍ୟ କଲ୍ୟାଣ ଏଥିରେ ସମ୍ଭବ ହୋଇ ପାରିବ। ମନ୍ତ୍ରୀ କହିଛନ୍ତି ଯେ ଯୋଗରୁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ। ଏହା ବ୍ୟତୀତ ସମାଜରେ ମଧ୍ୟ ସଦଭାବନା ବୃଦ୍ଧି ଘଟିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଅପିଲ କରିଛନ୍ତି କି ଗାଁ ଗାଁରେ ପ୍ରତି ବ୍ୟକ୍ତିଙ୍କ ପାଖରେ ଯୋଗ ଦିବସର ବାର୍ତ୍ତା ପହଞ୍ଚା ଯାଉ ଏବଂ ସେମାନଙ୍କୁ ଏଥିରେ ଯୋଗ ଦେବାକୁ ପ୍ରେରିତ କରନ୍ତୁ। କେବଳ ଏତିକି ନୁହେଁ ଏହି ସମୟରେ ସେ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କ ପାଇଁ ବ୍ରେଲି ଲିପିରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଛନ୍ତି , ଯାହା ଯୋଗ ଉପରେ ଆଧାରିତ। ଏହି ପୁସ୍ତକ ପିଲାଙ୍କୁ ଯୋଗ ଶିଖିବା ଓ ଏହାର ଅଭ୍ୟାସ କରିବାରେ ସାହାଯ୍ୟ କରିବ।
କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସରେ ହିଁ ଜାତିସଂଘ ଯୋଗ ଦିବସର ପ୍ରସ୍ତାବକୁ ଗ୍ରହଣ କରି ଥିଲା ଏବଂ ସେହି ଦିନ ଠାରୁ ପ୍ରତିବର୍ଷ ୨୧ ଜୁନରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଏ।
ଯୋଗ ଦିବସ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏହି ସପ୍ତାହର ରବିବାରରେ ଆଉଥରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ୩୦ ଜୁନ୍ରେ ପୁଣି ଥରେ ଆକାଶବାଣୀରେ ନିଜର ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ ବିଚାରକୁ ସେୟାର କରିବେ। ମୋଦି ମଙ୍ଗଳବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନିଜେ ଏହି ସୂଚନା ଦେଇଛନ୍ତି।
