ବ୍ରହ୍ମପୁର :ପୁଲିସ୍ ଏସ୍ଆଇ ପରୀକ୍ଷା ଜାତିଆତି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏହି ମାମଲାରେ ଆହୁରି ଅନେକ ଦଲାଲଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି। ପ୍ରତି ଆଶାୟୀଙ୍କ ସହ ୨୦ରୁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେଣୁ କ୍ରାଇମବ୍ରାଞ୍ଚ ପୁଲିସ୍ ଘଟଣାର ଅଧିକ ଖୋଳତାଡ କରିବ।
ଏହି ଜାଲିଆତି ମାମଲାରେ ବ୍ରହ୍ମପୁର ପୁଲିସ୍ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୧୧୭ ପରୀକ୍ଷାର୍ଥୀଙ୍କ ସହ ଦୁଇ ଦଲାଲଙ୍କୁ ଗିରଫ କରାଯାଇଛି। ରାତିସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୁଲିସ୍ ଜେରା କରିବା ପରେ ୧୧୯ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି(ବୁଧବାର) କୋର୍ଟ ଚାଲାଣ କରାଯିବ। ପ୍ରତି ପରୀକ୍ଷାର୍ଥୀଙ୍କ ସହ ୨୦ରୁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ସୂଚନା ମିଳିଛି। ତେବେ ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ୧୧୯ ଜଣ ଧରାପଡିଥିଲେ। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ରେ ବ୍ରହ୍ମପୁର ପୁଲିସ୍ ଅଭିଯୁକ୍ତକୁ ଧରିଥିଲା।
