Wednesday, October 8, 2025

ଆଗାମୀ ଦିନରେ କେମିତି ରହିବ କଂଗ୍ରେସ ରଣନୀତି, ରାଜନୈତିକ ବ୍ୟାପାର କମିଟି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର ୧୮/୦୭: ବସିଥିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବୈଠକ । ମୋଟ ୨୫ ଜଣଙ୍କୁ ନେଇ ଗଠିତ ରାଜନୈତିକ ବ୍ୟାପାର କମିଟି ବୈଠକରେ ହୋଇଛି ଅନେକ ନିଷ୍ପତ୍ତି । ସେଥିରେ ଉପସ୍ଥିତ ଥିଲେ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ସପ୍ରଗିରି ଉଲାକା, ରାମଚନ୍ଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ଶରତ ରାଉତ ।

ଆହୁରି ବି ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ତାରା ପ୍ରସାଦ ବାହିନୀପତି, ଶ୍ରୀକାନ୍ତ ଜେନା, ସୁଶୀଳା ତିରିଆ, ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ବିଶ୍ୱରଞ୍ଜନ ମହାନ୍ତି ଓ ସସ୍ମିତା ବେହେରାଙ୍କ ସହିତ ମହିଳା, ଯୁବ, ଛାତ୍ର, କୃଷ୍କକ, ସେବାଦଳ ଭଳି ସବୁ ସଂଗଠନର ମୁଖ୍ୟ ବି ସଦସ୍ୟ ଉପସ୍ଥିତ ଥିଲେ ।

ବୈଠକରେ କଂଗ୍ରେସ ର ବନ୍ଦ ଡାକରା ସଫଳ ହେବା ପରେ ଆଗାମୀ ଦିନରେ କଂଗ୍ରେସ କରିବ କଣ ? କେଉଁ ମୁଦ୍ଦା ନେଇ ଗ୍ରାଉଣ୍ଡ କୁ ଯିବ? ରାହୁଲ PAC ବୈଠକରେ ଦେଇଥିବା ମନ୍ତ୍ରକୁ କିଭଳି ଢଙ୍ଗରେ କାର୍ଯ୍ୟକାରୀ କରିବ ? ଏହିଭଳି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Laest News

2024 Reserved Hunkar Live | Designed by Best News Portal Development Company - Traffic Tail