Sunday, December 1, 2024

ବାଦାମ, କାଜୁ ଠାରୁ ପିସ୍ତା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଆସନ୍ତୁ ଜାଣିବା..

ବ୍ୟସ୍ତବହୁଳ ଜୀବନରେ ଆମେ ଆମ ସ୍ୱାସ୍ଥ୍ୟକୁ ଠିକ ଭାବେ ଧ୍ୟାନ ଦେଇପାରିନଥାଉ । ଖାଇବା ପିଇବାର ସଠିକ୍ ସମୟ ନିର୍ଦ୍ଦାରଣ କରିବା ମଧ୍ୟ କଷ୍ଟକର ହୋଇଥାଏ । ତେଣୁ  ଶରରୀକୁ ଉଚିତ୍ ପୋଷଣ ପହଞ୍ଚି ପାରିନଥାଏ । ସେଥିପାଇଁ ପ୍ରାୟତଃ ଅଧିକାଂଶ ଲୋକେ ହେଲଦି ଡାଏଟ୍ସରେ ଡ୍ରାଏ ଫ୍ରୁଟ୍ସକୁ ସାମିଲ କରିଥାନ୍ତି । ଯେତେବେଳେ ବି ଡ୍ରାଏ ଫ୍ରୁଟସ କଥା ଆଲୋଚନା ହୁଏ ସେତେବେଳେ ତୁରନ୍ତ ମାଇଣ୍ଡକୁ ଚାଲିଆସିଥାଏ ବାଦାମ, କାଜୁ ଏବଂ ପିସ୍ତା । କିନ୍ତୁ ବାଦାମ ଏବଂ କାଜୁ ଠାରୁ ପିସ୍ତାର ବ୍ୟବହାର ଖୁବ୍ ଅଧିକ ହୋଇଥାଏ । ହେଲେ ପ୍ରାୟତଃ ଲୋକେ ଏହା ଜଣିନଥିବେ ଯେ  ବାଦାମ – କାଜୁ ଠାରୁ ପିସ୍ତା  ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ବୋଲି ।  ବାଦାମ ତୁଳନାରେ  ପିସ୍ତାରେ ଅଧିକ ପ୍ରୋଟିନ୍  ମିଳିଥାଏ । ଏଥିରେ ୯ ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ମଧ୍ୟ ଥାଏ ।  ଯେଉଁଥିପାଇଁ ପିସ୍ତା ଉତ୍ତମ ସ୍ୱାସ୍ଥ୍ୟପାଇଁ ଆବଶ୍ୟକ ହୋଇଥାଏ ।

ଗ୍ୟାସ୍ ସମସ୍ୟାରୁ ଦିଏ ମୁକ୍ତି

କୋଷ୍ଠକାଠିନ୍ୟ  କିମ୍ବା ଗ୍ୟାସ୍ ସମସ୍ୟା , ମୁଣ୍ଡ ବ୍ୟଥା  ଭଳି ସମସ୍ୟା ଥିବା ଲୋକଙ୍କ ପାଇଁ ପିସ୍ତା ଲାଭଦାୟକ ପ୍ରମାଣିତ ହୋଇପାରେ । ପ୍ରତ୍ୟେକ ଦିନ ଏହାର ସେବନ ଦ୍ୱାରା  ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।  ।

ଆଖିର ଜ୍ୟୋତି ପାଇଁ ଲାଭଦାୟକ

ପିସ୍ତାରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ଥାଏ । ଯାହା ଆଖିକୁ ନୀଳ ରଙ୍ଗର ଜ୍ୟୋତି ଠାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

ହାର୍ଟକୁ ସୁସ୍ଥ ରଖିବାରେ ସହାୟକ

ପିସ୍ତାରେ ମୋନୋଅନସେଚୁରେଟେଡ ଥାଏ । ଯାହା ହାର୍ଟ ପାଇଁ ଖୁବ ଲାୟଦାୟକ ହୋଇଥାଏ । ଏହା ଖରାବ କୋଲେଷ୍ଟ୍ରାଲକୁ କମ୍ କରିବା ସହ ଭଲ କୋଲେଷ୍ଟ୍ରାଲକୁ ବୃଦ୍ଧି କରିଥାଏ । ନିୟମିତ ପିସ୍ତା ଖାଇବା ଦ୍ୱାରା  ହାର୍ଟ ସହିତ ଯଡିତ ସମସ୍ୟା କମ ହୋଇଥାଏ ।

ଓଜନ କମାଇବାରେ ସହାୟକ

ଯଦି ଆପଣ  ଶରିରର ଓଜନ କମ କରିବାକୁ ଚାହଁଉନ୍ତି ତେବେ ଏଥିପାଇଁ ପିସ୍ତା ଉତ୍ତମ ମାଧ୍ୟମ । କାରଣ ଏଥିରେ କମ କ୍ୟାଲୋରୀ ଏବଂ ଅଧିକ ପ୍ରୋଟିନ୍ ଏବଂ ଫାଇବର ରହିଥାଏ । ଯାହା ଭୋକକୁ ନିୟନ୍ତ୍ରିତ କରିଥାଏ । ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭରିଲା ଭଳି ଅନୁଭବ କରାଇଥାଏ । ଏହାଦ୍ୱାରା ଅସ୍ୱାସ୍ଥ୍ୟକର  ଖାଇବା ଅଭ୍ୟାସରୁ ମୁକ୍ତି କରିଥାଏ ।

ତ୍ୱଚାକୁ ଚିକଣ କରିବାରେ ସହାୟକ

ପିସ୍ତାରେ  ଭିଟାମିନ  ଇ’ ଏବଂ ଆଣ୍ଟିଅକ୍ସିଡେଣ୍ଟ  ପ୍ରଚୁର  ମାତ୍ରାରେ  ମିଳିଥାଏ । ଯାହା ତ୍ୱଚାକୁ ସୁସ୍ଥ ଏବଂ ଉଜ୍ୱଳ  ରଖିବାରେ ସହାୟକ ହୋଇଥାଏ । ଚର୍ମର ଆର୍ଦ୍ରତା ବଜାୟ ରଖିବା ସହ ଅକାଳ ବୃଦ୍ଧାବସ୍ଥାର ଲକ୍ଷଣକୁ ରୋକିଥାଏ ।

ଇମ୍ୟୁନିଟିକୁ ମଜଭୁତ କରେ

ପିସ୍ତାରେ  ଭିଟାମିନ୍  ବି- ୬ ଏବଂ  ଅନ୍ୟ ପୋଷଣ ତତ୍ତ୍ୱ ଥାଏ ।  ଯାହା ଶରୀରର  ଇମ୍ୟୁନିଟିକୁ ମଜଭୁତ  କରିଥାଏ  । ଏଥରୁ ରୋଗ ସହ ଳଢିବା ପାଇଁ ଶକ୍ତି ବଢିଥାଏ । ଆଉ ଶରିରକୁ ସୁସ୍ଥ ରଖିବାର ସହାୟକ ହୋଇଥାଏ ।  ତେବେ ଏହାତ ଥିଲା  ମାତ୍ର ସସ୍ୟକ ସୂଚନା । କିନ୍ତୁ ଯେକୌଣସି ଜିନିଷ ଖାଇବା ପୂର୍ବରୁ  ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ନିଶ୍ଚିତରେ ସେବନ କରନ୍ତୁ ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail