Saturday, January 3, 2026

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଆସୁ ନାହାନ୍ତି, ଅନୁପସ୍ଥିତ ରହୁଛନ୍ତି, ଆମ ନେତାଙ୍କୁ କ’ଣ କହୁଛନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ଆସୁନଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକ୍ଷେପ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନିଜେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି, ଅନୁପସ୍ଥିତ ରହୁଛନ୍ତି। ପ୍ରଶ୍ନ ଉତ୍ତରରେ ଭାଗ ନେଉନାହାନ୍ତି, ତାଙ୍କ ପାଇଁ ଅନ୍ୟ ମନ୍ତ୍ରୀ ଉତ୍ତର ରଖୁଛନ୍ତି ବୋଲି ଜବାବ ଦେଇ ପ୍ରମିଳା ମଲ୍ଲିକ କହିଛନ୍ତି।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସବୁବେଳେ ଗୃହକୁ ଆସୁଥିଲେ। ପ୍ରଶ୍ନ ଉତ୍ତରରେ ଭାଗ ନେଉଥିଲେ ,ବିରୋଧୀ ଦଳଙ୍କ କଥା ଶୁଣୁଥିଲେ। ମୋହନ ମାଝୀଙ୍କ ଠାରୁ ନବୀନ ବାବୁ ଅନେକ ଭଲ ଥିଲେ। ନବୀନ ପଟ୍ଟନାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସନ୍ତୁ ଆଗ ,ବିରୋଧୀଙ୍କ କଥା ଶୁଣନ୍ତୁ ବୋଲି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ।

ଏହା ପୂର୍ବରୁ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ବିରୋଧୀଙ୍କୁ କଡ଼ା ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହକୁ ନବୀନ ନଆସିବା ନେଇ ପ୍ରଶ୍ନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୨ ମିନିଟ ବସିବାକୁ ଧୈର୍ଯ୍ୟ ନାହିଁ । ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଗଲେ । ଗୃହ ୯ ଦିନ ହେଲା ଚାଲିଳାଣି । ବିରୋଧୀ ଦଳ ନେତା କେତେ ଦିନ ଆସିଛନ୍ତି । କେତେ ସମୟ ବିତାଇଛନ୍ତି । କେତେ ଟି ଡିବେଟ ରେ ସରକାରଙ୍କୁ ଘେରିଛନ୍ତି । ଖାଲି ଏକ୍ସରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ ।

Hunkar Live
Author: Hunkar Live

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail​