ଆସନ୍ତା ୩ ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ

ରାୟଗଡ଼ା: ଗତକାଲି ଅର୍ଥାତ୍ ଏପ୍ରିଲ ୨୮ ତାରିଖରେ କଂଗ୍ରେସର ହେବିୱେଟ ନେତା ରାହୁଲ ଗାନ୍ଧୀ ସାଲେପୁର ଆସି ମଞ୍ଚରୁ ଦେଇଥିଲେ ରେଣହୁଙ୍କାର। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ତେବେ ସାଲେପୁରରେ କଂଗ୍ରେସର ପ୍ରଚାର ସଫଳ ହେବା ପରେ ଆସନ୍ତା ମେ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ।ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର।ଆସନ୍ତା ମେ ୧୩ ତାରିଖରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଏହାର ଅଧିନରେ ଥିବା ୨୮ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠି ୮ ଜିଲ୍ଲାର ୪ ସାଂସଦ ଓ ୨୮ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ। ରାୟଗଡ଼ା ବାଇପାସଠାରେ ଥିବା ବାରିଝୋଲା ପଡିଆପେ ସମସ୍ତ ବ୍ୟବସ୍ଥା କରାଯାଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ନେତା ଓ କର୍ମୀ ଯୋଗଦେବେ।

୮ ଜିଲ୍ଲାର ୧ ଲକ୍ଷ ଲୋକଙ୍କ ସମାଗମ ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ଏଥିଲାଗି ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି। ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଆସିବେ। ସେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଜନସଭାରେ ଯୋଗଦାନ କରିବେ। ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ପୁଣିଥରେ କଂଗ୍ରେସ ଦଖଲକୁ ଆଣିବା ପାଇଁ ଗସ୍ତରେ ଆସୁଛନ୍ତି ଏଆଇସିସିର ହେବିୱେଟ ନେତା। ସେହିପରି ଆସନ୍ତା ମେ ୮ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସୁଥିବା ନେଇ ସୂଚନା ଦେଇଛନ୍ତି ସାଂସଦ ଉଲ୍ଲାକା।

Hunkar Live
Author: Hunkar Live

Read More

Leave a Comment

ias coaching , upsc coaching

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail