ବ୍ରହ୍ମପୁର ସମାବେଶରେ ରାଜ୍ୟ ସରକାରଙ୍କୁ ଆଟାକ୍ । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ରୁଦ୍ଧଦ୍ୱାର ଜେପି ନଡ୍ଡାଙ୍କ ଗୁରୁତ୍ୱପୂଣ୍ଣ ବୈଠକ ।

ବ୍ରହ୍ମପୁର : ବ୍ରହ୍ମପୁର ସମାବେଶରେ ରାଜ୍ୟ ସରକାରଙ୍କୁ ଘେରିବା ପରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ସାମିଲ ହୋଇଥିଲେ ।ନିର୍ବାଚନ ରଣନୀତି ନେଇ ଏହି ବୈଠକରେ ଦକ୍ଷିଣ ଓଡ଼ିଶାର ୪ ଲୋଭସଭା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ପ୍ରାର୍ଥୀଙ୍କ ସମେତ ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଛନ୍ତି ନଡ୍ଡା ।ପ୍ରଚାର ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତା ଗୁଡିକ ଭୋଟରଙ୍କ ସାମ୍ନାରେ ରଖିବା ସରକାର ଗଠନ ନେଇ ଉଦ୍ୟମ କରିବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜେପି ନଡ୍ଡା । ଭୋଟର ପରିବର୍ତନ ଚାହୁଁଥିବା ବେଳେ ଏଥର ଓଡ଼ିଶାରେ ପରିବର୍ତନ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେପଟେ ନିର୍ବାଚନରେ ବିଜୟ ନେଇ ନଡ୍ଡାଙ୍କ ରଣନୀତିକୁ ସଫଳ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଏହା ପୂର୍ବରୁ ରବିବାର ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶାରେ ସରକାର ପରିବର୍ତ୍ତନ କରିବାକୁ ଆହ୍ୱାନ ଦେବା ସହ ମୋଦୀ ସରକାରଙ୍କ ସଫଳତା ବଖାଣିଥିଲେ ନଡ୍ଡା ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail