ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବଡ଼ ଆକାରର ବିଜ୍ଞାପନ ଛାପି କ୍ଷମା ମାଗ

ନୂଆଦିଲ୍ଲୀ:ତଞ୍ଜଳି ଆୟୁର୍ବେଦ ଔଷଧ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ରାମଦେବଙ୍କୁ ପୁଣି ଥରେ କଡ଼ା ଭାଷାରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୩୦ରେ ପୁଣି ଥରେ ହାଜର ହେବାକୁ କୋର୍ଟ ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି ସମୟରେ ଅଦାଲତ ରାମଦେବଙ୍କୁ ପତଞ୍ଜଳି ଗଣମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ମାଧ୍ୟମରେ କ୍ଷମାପ୍ରାର୍ଥନା କରିବାକୁ ପୁଣି ନିର୍ଦ୍ଦେଶ ଦିଆଯାଇଥିଲା।

ରାମଦେବଙ୍କ ପକ୍ଷରୁ ମୁକୁଲ ରୋହତଗୀ କହିଛନ୍ତି ଯେ ଖବରକାଗଜରେ କ୍ଷମା ପ୍ରାର୍ଥନା ପ୍ରକାଶ ପାଇଛି। କିନ୍ତୁ କେବଳ ଗତକାଲି କ୍ଷମା ପ୍ରାର୍ଥନା କାହିଁକି ପ୍ରକାଶ ପାଇଲା ବୋଲି ସୁପ୍ରିମକୋର୍ଟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏଫଏମସିଜି କମ୍ପାନିଗୁଡ଼ିକ ଏହି ଦେଶର ଲୋକଙ୍କୁ – ବିଶେଷକରି ଶିଶୁ, ପିଲା ଏବଂ ବରିଷ୍ଠ ନାଗରିକଙ୍କୁ ବିଭ୍ରାନ୍ତିକର ବିଜ୍ଞାପନ ଦ୍ୱାରା ପ୍ରଭାବିତ କରିପାରିବେ ନାହିଁ ଏବଂ କେନ୍ଦ୍ର ସରକାର ଏଥିପ୍ରତି ସଚେତନ ହେବା ଉଚିତ୍। କ୍ଷମା ପ୍ରାର୍ଥନାକୁ ବିଜ୍ଞାପନରେ ପୁଣି ଥରେ ବଡ ଆକାରରେ ଜାରି କରିବାକୁ କୋର୍ଟ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩୦ ଏପ୍ରିଲରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଉଛି । ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଅମାନୁତୁଲାଙ୍କ ଦ୍ୱାରା ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ । ପୂର୍ବ ଶୁଣାଣରେ କୋର୍ଟ ଏମାନଙ୍କୁ ୭ଦିନ ଭିତରେ ଭୁଲ ସୁଧାରିବାକୁ ଓ କ୍ଷମା ମାଗିବାକୁ କହିଥିଲେ । କୋର୍ଟ ପ୍ରଶ୍ନ କରିଛନ୍ତି କ୍ଷମା ମାଗିବାରେ ଏତେ ବିଳମ୍ବ କ’ଣ ପାଇଁ କରାଗଲା । ଏନେଇ ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଛନ୍ତି କୋର୍ଟ ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail