ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର

ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରିରିପେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଏହି ଅବସରରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବା, ସମସ୍ତଙ୍କ ମୁହଁରେ ହସ ଫୁଟାଇବା ସହ ରାଜନୈତିକ ହିଂସା ଉପରେ ରୋକ ଲଗାଇବା ନେଇ କାର୍ଯ୍ୟ କରିବି ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଓଡ଼ିଶାର ସ୍ଵାଭିମାନକୁ ବଜାୟ ରଖିବି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ଏଥିସହ ମୋଦି ଗ୍ୟାରେଣ୍ଟି ଓ କେନ୍ଦ୍ରର ସମସ୍ତ ଜନହିତକର କାର୍ଯ୍ୟକୁ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବି । ଆସନ୍ତା ନିର୍ବାଚନରେ ବିଚାରଧାରାର ଲଢେଇ ହେବ ଓ ଏଥିରେ ସମସ୍ତ ଜନସାଧାରଣଙ୍କ ମୁଖ୍ୟ ଭୂମିକା ରହିବା ଯୋଗୁଁ ବିଜୟ ସୁନିଶ୍ଚିତ ହେବ ବୋଲି ସେ କହିଛନ୍ତି ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail