ପ୍ରକାଶ ପାଇଲା UPSC ରେଜଲ୍ଟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା UPSC ରେଜଲ୍ଟ । ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ୨୪ ନମ୍ବର ରାଙ୍କରେ ପ୍ରଜ୍ଞାନନ୍ଦ ଗିରି , ୩୬ନମ୍ବର ସ୍ଥାନରେ ଅଛନ୍ତି ଆୟୁଷୀ ପ୍ରଧାନ । ୫୨ ନମ୍ବର ସ୍ଥାନରେ ଜୟଶ୍ରୀ ପ୍ରଧାନ ରହିଛନ୍ତି । ୧୧୦ ନଂ ରାଙ୍କରେ ଅମୃତାଂଶୁ ନାୟକ, ୧୪୯ରେ କୃତୀ ତ୍ରିପାଠୀ , ୨୦୪ରେ ଶୁଭ୍ରା ପଣ୍ଡା ଓ ୨୫୯ କୁମୁଦ ମିଶ୍ର ଅଛନ୍ତି । ୨୬୯ ରାଙ୍କରେ ତାନିଆ ମିଶ୍ର, ୩୦୩ ରାଙ୍କରେ ତନିଷା ମିଶ୍ର ରହିଛନ୍ତି । ୩୪୩ ନମ୍ବର ରାଙ୍କରେ ଅଛନ୍ତି ବିଶ୍ବଜିତ ପଣ୍ଡା ।ୟୁପିଏସସି ପରୀକ୍ଷା ଗତବର୍ଷ ୨୮ ମଇରେ ଆୟୋଜିତ ହୋଇଥିଲା । ଯେଉଁମାନେ ପ୍ରିଲିମ୍ସ ରାଉଣ୍ଡରେ ପାସ୍‌ କରିଥିଲେ, ସେମାନେ ମେନ ପରୀକ୍ଷା ଦେଇଥିଲେ । ମେନ ପରୀକ୍ଷାର ଫଳାଫଳ ଡିସେମ୍ବର ୮ , ୨୦୨୩ରେ ଘୋଷଣା ହୋଇଥିଲା ।

Leave a Comment

Read More