Sunday, April 27, 2025

ପ୍ରଶାନ୍ତ ଜଗଦ୍ଦେବ ନୁହେଁ, ତାଙ୍କ ଧର୍ମପତ୍ନୀ ସ୍ବାଗତିକାଙ୍କୁ ବିଜେପି ଦେବ ଟିକେଟ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଚର୍ଚ୍ଚା ବଢିଛି। ଜଗଦ୍ଦେବଙ୍କ ବଦଳରେ ବିଜେପି କୁଆଡେ ତାଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବଙ୍କୁ ଟିକେଟ ଦେବ ବୋଲି ଜଣାପଡିଛି। ମୁଖ୍ୟତଃ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ 10ଟି ମାମଲା ଚାଲିଥିବା ବେଳେ ସେ ବିଭିନ୍ନ ସମୟରେ ବିବାଦୀୟ ହୋଇପଡୁଛନ୍ତି। ସେଥିପାଇଁ ଦଳ ତାଙ୍କୁ ଟିକେଟ ନ ଦେଇ ପତ୍ନୀଙ୍କୁ ଟିକେଟ ଦେବା ପାଇଁ ସେ ସୁପାରିଶ କରିଥିବା କୁହାଯାଉଛି। ତେବେ ସ୍ବାଗତିକା ଖୋର୍ଦ୍ଦା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Laest News

2024 Reserved Hunkar Live | Designed by Best News Portal Development Company - Traffic Tail