ସ୍ଲୋଗାନ୍‌ରେ ରହିଯିବ ‘ଅବ୍‌ କି ବାର୍‌ ୪୦୦ ପାର୍‌’….?

ଭୁବନେଶ୍ୱର :ଚଳିତ ନିର୍ବାଚନରେ ଏନ୍‌ଡିଏ ୪୦୦ ସିଟ୍‌ ପାଇବା ନେଇ ଯେଉଁ ସ୍ଲୋଗାନ ଦେଉଛି ତାହା ସମ୍ଭବ ହେବ ନାହିଁ। ସେହିପରି ଭାଜପା ୩୭୦ ଆସନ ଛୁଇଁ ନ ପାରେ ବୋଲି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଆକଳନ କରିଛନ୍ତି। ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ଅପରାଜୟ ନୁହନ୍ତି। ବିରୋଧୀ ଦଳଗୁଡ଼ିକ ସୁଯୋଗକୁ ହାତଛଡ଼ା କରିବା ସହ ଆଳସ୍ୟତା ଓ ଭୁଲ୍‌ ରଣକୌଶଳ ଯୋଗୁ ଭାଜପାକୁ ପରାଜୟ କରିବାରେ ସକ୍ଷମ ହୋଇପାରୁନାହାନ୍ତି ବୋଲି ପ୍ରଶାନ୍ତ ପିଟିଆଇକୁୁ ଦେଇଥିବା ସାକ୍ଷାତ୍‌କାରରେ କହିଛନ୍ତି।ଏପ୍ରିଲ ୧୯ରୁ ଆରମ୍ଭ ହେଉଥିବା ଲୋକ ସଭା ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ ଭାରତ ରାଜ୍ୟଗୁଡ଼ିକରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ୧୦୦ ସିଟ୍‌ରେ ହରାଇବା ନେଇ ଭାଜପା ଯେଉଁ ଆକଳନ କରିଛି ତାହା ହେବନାହିଁ। ତେବେ ଭାଜପା ଏଠାରେ ନିଜର ପୂର୍ବ ସ୍ଥିତି ବଜାୟ ରଖିବାରେ ସଫଳ ହୋଇପାରିବ। ସେହିପରି ଦକ୍ଷିଣ ଏବଂ ପୂର୍ବ ଭାରତରେ ଭାଜପାର ଭୋଟ ପ୍ରତିଶତ ବଢ଼ିବ ବୋଲି ସେ ଆକଳନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ପୁଣିଥରେ ଶାସନକୁ ଫେରିବା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପାଇଁ କଷ୍ଟକର ହେବ। ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଭଳି ଜଗନ ଲୋକମାନଙ୍କ ଆଶାକୁ ପୂରଣ କରିବା ଅକ୍ଷେପା କେବଳ ପ୍ରୋଭାଇଡର ମୋଡ୍‌ରେ ରହୁଥିବାରୁ ଆସନ୍ତା ନିର୍ବାଚନରେ ବିଜୟ ତାଙ୍କ ପାଇଁ ସହଜ ହେବ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆକଳନ ଓଡ଼ିଶାର ଭାଜପା ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। ପ୍ରଶାନ୍ତ କହିଛନ୍ତି, ଓଡ଼ିଶା ଏବଂ ପଶ୍ଚମବଙ୍ଗରେ ଭାଜପା ୧ ନମ୍ବର ଦଳ ଭାବେ ଉଭା ହେବ। ସେହିପରି ତେଲଙ୍ଗାନାରେ ଭାଜପା ୧ କିମ୍ବା ୨ ନମ୍ବର ସ୍ଥାନରେ ରହିବ ଏବଂ ତାମିଲନାଡୁରେ ଦଳର ଭୋଟ ପ୍ରତିଶତ ଦୁଇ ସଂଖ୍ୟା ବିଶିଷ୍ଟ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ସୂଚନାଥାଉ କି, ତେଲଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର ଓ କେରଳରେ ୨୦୪ ଲୋକସଭା ସିଟ୍‌ରୁ ୨୦୧୪ କିମ୍ବା ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୫୦ ଆସନ ପାଇବାରେ ସଫଳ ହୋଇପାରି ନ ଥିଲା। ୨୦୧୪ରେ ଉକ୍ତ ରାଜ୍ୟଗୁଡ଼ିକରୁ ୨୯ ଓ ୨୦୧୯ରେ ୪୭ ଆସନ ପାଇବାରେ ଭାଜପା ସମର୍ଥ ହୋଇଥିଲା।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail