ପୁତ୍ରମୋହରେ ନୀତିଭ୍ରଷ୍ଟ ସୁରେଶ କୁମାର ରାଉତରାୟ କାର୍ଯ୍ୟାନୁଷ୍ଠାନ ନେଇପାରୁନି କଂଗ୍ରେସ

ଭୁବନେଶ୍ୱର : ନୀତି ଆଦର୍ଶର ଦ୍ୱାହି ଦେଉଥିବା ରାଜ୍ୟର ଦୁଇ ବରିଷ୍ଠ  ସୁରେଶ କୁମାର ରାଉତରାୟ ଏବେ ପୁତ୍ରମୋହରେ ଅନ୍ଧ ହୋଇପଡ଼ିଛନ୍ତି । ନିଜର ସମ୍ପୂର୍ଣ୍ଣ ରାଜନୀତିକ ଜୀବନରେ ଯେଉଁ କିଛି ନୀତି,ଆଦର୍ଶ ଓ ମୂଲ୍ୟବୋଧ ରଖିଥିଲେ ତାକୁ ଏବେ ଏହି  ନେତା ବଳି ପକାଇ ସାରିଲେଣି । ରାଜ୍ୟବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସୁର ରାଉତରାୟ ନିଜକୁ ସଚ୍ଚା କଂଗ୍ରେସୀ ନେତା ବୋଲି କହୁଥିଲେ ବି ବିଜେଡି ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ପାଇଁ ପ୍ରଚାରରେ ମାତିଛନ୍ତି ।

ସୂଚନା ଅନୁସାରେ, ବରିଷ୍ଠ ନେତା ସୁର ରାଉତରାୟ ନିଜର ସଚ୍ଚୋଟ କଂଗ୍ରେସ ନେତା ବୋଲି ଦାବି କରି ମୃତ୍ୟୁ ପର୍ଯ୍ୟନ୍ତ କଂଗ୍ରେସରେ ରହିବେ ବୋଲି ଗଣମାଧ୍ୟମରେ କହି ହେଉଛନ୍ତି । ମାତ୍ର ସୁରଙ୍କ ଆଚରଣ ଓ ଉଚ୍ଚାରଣରେ ଆକାଶ ପାତାଳ ତଫାତ୍ ଦେଖିବାକୁ ମିଳିୁଛି । ବାରମ୍ବାର ବୟାନ ବଦଳାଉଥିବା ସୁର ନିଜ ସାନପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାକୁ ପଛାଉ ନାହାନ୍ତି । କଂଗ୍ରେସ ତାଙ୍କୁ ୨ଥର କାରଣଦର୍ଶାଅ ନୋଟିସ୍ ଦେଇଥିଲେ ମଧ୍ୟ ସେ ତାକୁ ଭୃକ୍ଷେପ ନକରି ବିଜେଡି ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ପାଇଁ ପ୍ରଚାର କରୁଛନ୍ତି । ତେବେ ବାରମ୍ବାର ନିଜର ମତ ବଦଳାଉଥିବା ଏଭଳି ଜଣେ ନୀତିଭ୍ରଷ୍ଟ ବରିଷ୍ଠ ନେତାଙ୍କ ବିରୁଦ୍ଧରେ କଂଗ୍ରେସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ତାକୁ ନେଇ ଦଳୀୟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି । ସୁର ନିଜ ପୁଅ ପାଇଁ ଭୁବନେଶ୍ୱର-ଉତ୍ତର, ଜୟଦେବ, ଜଟଣୀ ଓ ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି । ସୁରଙ୍କ ଏଭଳି ନୀତି ଓ ଆଦର୍ଶବିହୀନ ଆଚରଣକୁ ସାଧାରଣ ଲୋକେ ଏପରିକି ତାଙ୍କର ସମର୍ଥକମାନେ ବି ନାପସନ୍ଦ କରିଛନ୍ତି । ଆଉ ସୁରଙ୍କ ପୁଅକୁ ଟିକେଟ୍ ଦେଇ ବିଜେଡି ଯେଉଁ ରାଜନୀତିକ ସମୀକରଣ ଓ ଫାଇଦା ନେବାକୁ ପ୍ରୟାସ କରୁଥିଲା ତାହା ଏବେ ବୁମେରାଂ ହେବାରେ ଲାଗିଲାଣି । ନିର୍ବାଚନ ପ୍ରଚାରବେଳେ ସୁରଙ୍କ ପୁଅ ମନ୍ମଥଙ୍କୁ ସାଧାରଣ ଭୋଟରଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିବା ପରେ ସୁର ଖୋଲାଖୋଲି ଭାବେ ଗଣମାଧ୍ୟମକୁ ଆସି ସାଧାରଣ ଭୋଟରଙ୍କୁ ଧମକାଇବାକୁ ପଛାଇ ନାହାନ୍ତି । ତାଙ୍କ ସାନପୁଅ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯିଏବି ଭୟଭୀତ କରିବ ଅବା ଧମକାଇବାକୁ ପ୍ରୟାସ କରିବ ସେ ନିଜେ ତା’ଉପରେ ମାତ୍ର ୩ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୁରଙ୍କ ଏଭଳି ଚେତାବନୀ ପରୋକ୍ଷରେ ଭୋଟରଙ୍କୁ ଭୟଭୀତ କରାଇବାକୁ ଉଦ୍ଦିଷ୍ଟ ହୋଇଥିଲେ ବି ନିର୍ବାଚନ କମିଶନ ନିରବ ରହିଛନ୍ତି । ବରିଷ୍ଠ ନେତା ନିଜ ବୟସର ସାୟାହ୍ନରେ ଯେଉଁଭଳି ଢଙ୍ଗରେ ନୀତି ଓ ଆଦର୍ଶକୁ ବଳି ପକାଇ କ୍ଷମତା ଲୋଭ ଓ ପୁତ୍ରମୋହରେ ଅନ୍ଧ ହୋଇ ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି ତାକୁ ସାଧାରଣ ଲୋକେ ନାପସନ୍ଦ କରିବାରେ ଲାଗିଲେଣି ।  କଂଗ୍ରେସ  କାହିଁକି ଏହି  ନେତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସେ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।

 

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail