ଚୀନ ଭାରତ ସୀମା ଭିତରେ ପଶିଲା ବେଳେ ପ୍ରଧାନମନ୍ତ୍ରୀ ଅଫିମ ଖାଇ ଶୋଇ ପଡ଼ିଥିଲେ କି?, ପ୍ରଧାନମନ୍ତ୍ରୀଙ୍କୁ ଖଡ଼ଗେଙ୍କ ସମାଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଚୀନ ଭାରତ ସୀମାରେ ପ୍ରବେଶ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଫିମ ଖାଇ ଶୋଇଥିଲେ ବୋଲି କହିଛନ୍ତି ଖଡ଼ଗେ। ଚୀନ ଉତ୍ତରପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ୩୦ଟି ସ୍ଥାନର ଚିନୀ ନାମକରଣ କରିବାର କିଛିଦିନ ପରେ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ବୟାନ ଦେଇଛନ୍ତି।ଖଡ଼ଗେ କହିଛନ୍ତି “ମୋଦୀ କୁହନ୍ତି ମୋର ୫୬ ଇଞ୍ଚର ଛାତି ଅଛି। ମୁଁ ଡରିବି ନାହିଁ। ଯଦି ତୁମେ ଡରି ନାହଁ ତେବେ କାହିଁକି ଚୀନକୁ ଆମର ଏକ ବଡ଼ ଅଂଶ ଦେଇଦେଲ? ସେମାନେ ଭିତରେ ପଶିଆସିଲେ ଆଉ ଆପଣ ଶୋଇଥିଲେ? କଣ ତୁମେ ଶୋଇବା ବଟିକା ଖାଇଥିଲ କି ? କଣ ସେମାନେ ତୁମକୁ ରାଜସ୍ଥାନରୁ କ୍ଷେତରୁ ଅଫିମ ନେଇ ଖୁଆଇ ଦେଇଥିଲେ କି?” ରାଜସ୍ଥାନ ଚିତ୍ତୋରଗଡ଼ରେ ରାଲିକୁ ସମ୍ବୋଧନ କଲା ବେଳେ ଏଭଳି କହିଛନ୍ତି ଖଡ଼ଗେ।ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ତୀବ୍ର କରି ପିଏମ୍ ମୋଦୀ ମିଛୁଆଙ୍କ ସରଦାର ବୋଲି କହିଛନ୍ତି। ଦେଶ ବିକାଶ କରିବାରେ ପ୍ରଧାନମନ୍ତ୍ରୀଙ୍କର ଧ୍ୟାନ ନାହିଁ ବରଂ ଗାନ୍ଧୀ ପରିବାର ନିନ୍ଦା କରିବାରେ ତାଙ୍କର ଧ୍ୟାନ ଅଛି ବୋଲି ଖଡ଼ଗେ କହିଛନ୍ତି। ସେ କହିଛନ୍ତି “ସେ ଦେଶ ପାଇଁ ଚିନ୍ତା କରନ୍ତି ନାହିଁ। ସେ କେବଳ ଗାନ୍ଧୀ ପରିବାର ବିଷୟରେ ଟିପ୍ପଣୀ କରନ୍ତି। ଦେଶର ଲୋକମାନଙ୍କୁ ନିର୍ଯାତନା ଦେଇ ସେ ତାଙ୍କ ସହ ମିଶାଉଛନ୍ତି। ସେ ସବୁବେଳେ ମିଛ କୁହନ୍ତି। ମୋଦୀ ମିଛୁଆଙ୍କ ସରଦାର।” ୧୯୮୯ ମସିହାରୁ ଗାନ୍ଧୀ ପରିବାରରୁ କେହି ଜଣେ ହେଲେ ବି ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି। ଏହା ସତ୍ତ୍ୱେ ବି ପିଏମ୍ ବଂଶବାଦୀ ରାଜନୀତି କଥା କହୁଛନ୍ତି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail