ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଇସ୍ତାହାର । ଘୋଷଣା ପତ୍ରରେ ୫ ନ୍ୟାୟ ଓ ୨୫ ଗ୍ୟାରେଂଟି ଦେଲା କଂଗ୍ରେସ

ଭୁବନେଶ୍ୱର  : ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ କଂଗ୍ରେସ ଜାରି କରିଛି ତା’ର ଇସ୍ତାହାର । ଇସ୍ତାହାରକୁ ‘ନ୍ୟାୟ ପତ୍ର’ ନାମରେ ନାମିତ କରିଛି କଂଗ୍ରେସ । ଯେଉଁଥିରେ ରହିଛି ଅନେକ ଲୋଭନୀୟ ପ୍ରତିଶ୍ରୁତି । ଇସ୍ତାହାରରେ ୫ ନ୍ୟାୟ ଓ ୨୫ ଗ୍ୟାରେଂଟିର ଉଲ୍ଲେଖ କରିଛି । ଗ୍ୟାରେଂଟିରେ ଚାଷୀ, ଦିନ ମଜୁରିଆ, ଯୁବବର୍ଗ, ମହିଳା ଓ ବେକାରୀଙ୍କ ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଛି ।ସେହିପରି ୫ଟି ନ୍ୟାୟ ହେଉଛି ‘ହକ୍ ପାଇଁ ନ୍ୟାୟ’, ‘କୃଷକ ନ୍ୟାୟ’, ‘ମହିଳା ନ୍ୟାୟ’, ‘ଶ୍ରମ ନ୍ୟାୟ’ ଏବଂ ‘ଯୁବ ନ୍ୟାୟ’ ।କଂଗ୍ରେସ ତା’ର ଇସ୍ତାହାରେ ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛି । ଯେଉଁଥିରେ ୩୦ ଲକ୍ଷ ସରକାରୀ ନିଯୁକ୍ତି ଦେବା କଥା କୁହାଯାଇଛି । ସେହିପରି ମହିଳା ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ମଧ୍ୟ ଇସ୍ତାହାରରେ ବହୁତ କିଛି ଉଲ୍ଲେଖ ରହିଛି ।

ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ
– ମଧ୍ୟାହ୍ନଭୋଜନ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଅଧିକ ଦରମା, ଦୁଇଗୁଣା ଯୋଗଦାନ
– ମହିଳାଙ୍କୁ ଆଇନଗତ ହକ୍ ଓ ସରକାରୀ ଯୋଜନାର ସୂଚନା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
– ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା
– ମନରେଗା ମଜୁରି ୪୦୦ ଟଙ୍କା,
– ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ରୋକିବା ଏବଂ ପିଏମଏଲଏ ଆଇନରେ ପରିବର୍ତ୍ତନ
– ଏସ୍ସି, ଏସଟି ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା
କଂଗ୍ରେସକୁ ବିଜେପିର ଟାର୍ଗେଟ୍ ଇସ୍ତାହାରକୁ ନେଇ ଉଠାଇଲା ପ୍ରଶ୍ନ ସେପଟେ କଂଗ୍ରେସର ଇସ୍ତାହାରକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି ବିଜେପି । କଂଗ୍ରେସ ଇସ୍ତାହାରରେ ଥିବା ଫଟୋକୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁଧାଂଶୁ ତ୍ରିବେଦୀ । କହିଛନ୍ତି, ଇସ୍ତାହାରରେ ଯେଉଁ ୱାଟର ମ୍ୟାନେଜମେଂଟର ଫଟୋ ରହିଛି, ତାହା ଆମେରିକାର ବଫେଲୋ ରିଭର୍ । ଆଉ ଏନଭାର୍ନମେଂଟାଲ କ୍ଲିନନେସ୍ର ଫଟୋ ଥାଇଲାଣ୍ଡର ବୋଲି ବିଜେପି ଦାବି କରିଛି ।ପାଂଚ ଜଣିଆ ଟିମ୍ ନେତୃତ୍ୱରେ ପ୍ରସ୍ତୁତ ହୋଇଛି କଂଗ୍ରେସର ଇସ୍ତାହାର । ଆଗାମୀ ଦିନ ଗୁଡ଼ିକରେ ୧୪ ଅଲଗା ଅଲଗା ଭାଷାରେ ଦେଶର ୮ କୋଟି ପରିବାରକୁ ଏହି ଇସ୍ତାହାର ପ୍ରଦାନ କରାଯିବା ନେଇ ଯୋଜନା ରଖିଛି ଦଳ ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail