ଆଇଏଏସ-ଆଇପିଏସ ସ୍ତରରେ ଅଦଳବଦଳ, ଆଇଜି ଆଶିଷ ସିଂହଙ୍କୁ ସିଏମଙ୍କ ସୁରକ୍ଷା ଦାୟିତ୍ବ

ଭୁବନେଶ୍ବର: ଆଇଏସ-ଆଇପିଏସ ସ୍ତରରେ ଅଦଳବଦଳ। ଶୁକ୍ରବାର ବରିଷ୍ଠ ଆଇଏସ-ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।ଆଇଏଏସ ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।ବର୍ତ୍ତମାନ ସେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଅତିରିକ୍ତ ମୁଖ୍ୟ ପ୍ରଶାସକ ଅଛନ୍ତି।ସେହିଭଳି କଟକ କଲେକ୍ଟର ଆଇଏଏସ ବିନୀତ ଭରଦ୍ବାଜଙ୍କୁ ପଞ୍ଚାୟତରାଜ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ଜଗତସିଂହପୁଲ କଲେକ୍ଟର ଆଇଏଏସସ ପାରୁଲ ପଟଓ୍ବାରୀଙ୍କୁ OSEPAର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ଏହାସହ ଆଇଏଏସ ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ନିଯୁକ୍ତି।

ଆଇପିଏସ ସ୍ତରରେ ଅଦଳବଦଳ :ଆଇଜି ଆଶିଷ କୁମାର ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ଡିଆଇଜି ମିତ୍ରଭାନୁ ମହାପାତ୍ରଙ୍କୁ ଅତିରିକ୍ତ ଏସଆରସି, ଆଇପିଏସ କନଓ୍ବର ସିଂହଙ୍କୁ ସ୍ବତନ୍ତ୍ର ଗୁଇନ୍ଦା ବିଭାଗ ଡିଆଇଜି, ଆଇପିଏସ ସୁଧାଂଶୁ ଶେଖର ମିଶ୍ରଙ୍କୁ ପୋଲିସ ମୁଖ୍ୟାଳୟରେ ଭିଜିଲାନ୍ସ ଏସ୍ପି ଭାବରେ ଦାୟିତ୍ବ ଦିଆଯାଇଛି। ସେହଭଳି ଆଇପିଏସ ଜୁଗଳ କିଶୋର କୁମାର ବନୋଥ୍ଙ୍କୁ ପୋଲିସ୍ ମୁଖ୍ୟାଳୟ ଏଆଇଜି ଏବଂ ଆଇପିଏସ ଡ. ଶରବଣ ବିବେକ ଏମ୍ଙ୍କୁ ଭିଜିଲାନ୍ସ ଏସପି ପଦକୁ ବଦଳି କରାଯାଇଛି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail