ପ୍ରାର୍ଥୀ ଘୋଷଣା କଲା ଓଡ଼ିଶା ବିଜେପି

ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଉପରେ ମୋହର ମାରି ସାରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି। ଗତକାଲି ବିଳମ୍ବିତ ରାତି ଯାଏ ଆଲୋଚନା ହୋଇଥିଲା । କେଉଁଠି କାହାର ବିଜୟ ସମ୍ଭାବନା ଅଧିକ। କାହାକୁ ରିପିଟ ଓ କେଉଁଠି ଦିଆଯିବ ନୂଆ ଚେହେରା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା ହୋଇଛି । ଲୋକସଭା ୨୦୨୪ ପାଇଁ ବିଜେପି ପ୍ରାର୍ଥୀଙ୍କ ପଞ୍ଚମ ସୂଚୀ ଜାରି କରିଛି । ୧୭ ରାଜ୍ୟର ମୋଟ ୧୧୧ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ବିଜେପି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସମ୍ୱଲପରୁ ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି ।ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ପୁଣି ଥରେ ମୈଦାନକୁ ଓହ୍ଲାଇଛି ।

ଲୋକସଭା ଆସନ

ବରଗଡ-ପ୍ରଦୀପ ପୁରୋହିତ ,ସୁନ୍ଦରଗଡ଼-ଜୁଏଲ ଓରାମ,ସମ୍ୱଲପୁର-ଧର୍ମେନ୍ଦ୍ର ପ୍ରଧାନ,କେନ୍ଦୁଝର-ଅନନ୍ତ ନାୟକ,ମୟୂରଭଞ୍ଜ-ନବ ଚରଣ ମାଝୀ

ବାଲେଶ୍ୱର-ପ୍ରତାପ ଷଡଙ୍ଗୀ,ଭଦ୍ରକ-ଅଭିମନ୍ୟୁ ସେଠୀ,ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି,ବଲାଙ୍ଗୀର-ସଙ୍ଗୀତା କୁମାରୀ ସିଂ ଦେଓ,କଳାହାଣ୍ଡି-ମାଲଭିକା କେଶରୀ ଦେଓ,ନବରଙ୍ଗପୁର-ବଳଭଦ୍ର ମାଝୀ,କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା,ଜଗତସିଂହପୁର-ବିଭୂ ପ୍ରସାଦ ତରାଇ,ପୁରୀ-ସମ୍ୱିତ୍ ପାତ୍ର

ଭୁବନେଶ୍ୱର-ଅପରାଜିତା ଷଡଙ୍ଗୀ,ଆସିକା-ଅନିତା ଶୁଭଦର୍ଶିନୀ,ବ୍ରହ୍ମପୁର-ପ୍ରଦୀପ ପାଣିଗ୍ରାହୀ,କୋରାପୁଟ-କାଳୀରାମ ମାଝୀ

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ପାଇଁ ଏକାକୀଳନ ଭୋଟ ହେବ । ବିଧାନସଭା ଆସନ ପାଇଁ ବିଜେପି ଏବେ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ ।  ବିଜେପି ପୂର୍ବରୁ ଚାରୋଟି ସୂଚୀରେ ୨୯୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଜିକୁ ମିଶାଇ ମୋଟ ୩୯୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବଳକା ଆସନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା ହୋଇପାରେ

 

 

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail