ସବୁ ସିଟରେ ଏକାକୀ ଲଢ଼ିବ ବିଜେପି

ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଗତ ୧୭ଦିନ ଧରି ଚାଲିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ସଭାପତି ମନମୋହନ ସାମଲ ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ବିଜେପି ରାଜ୍ୟର ସମସ୍ତ ୨୧ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହିତ ବିଗତ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ କୃତଜ୍ଞତା ଜଣାଇଛନ୍ତି ।

ଗତକାଲି ଦିଲ୍ଲୀରୁ ଫେରିଥିବା ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଉଭୟ ହିନ୍ଦୀ ଓ ଓଡ଼ିଆରେ ଟ୍ୱିଟ୍ କରି ଓଡ଼ିଶାରେ ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି। ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଆଶା, ଅଭିଳାଷା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଚଳିତ ଥର ଏକାକୀ ସବୁ ଆସନରେ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି ।

ଏହାସହିତ ଗତ କିଛିଦିନ ଧରି ମେଂଟକୁ ନେଇ ଜାରି ରହିଥିବା ରାଜନୀତିକ ଅଚଳାବସ୍ଥା ଦୂର ହେବ ବୋଲି ଜଣାପଡ଼ିଛି । ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଉଭୟ ଦଳର କର୍ମୀ ଓ ନେତାମାନେ ଦ୍ୱନ୍ଦ୍ୱରେ ରହିଥିଲେ । ଏକପ୍ରକାର ରାଜନୀତିକ ଅଚଳାବସ୍ଥା ଲାଗି ରହିଥିଲା । ଗତ ଦୁଇଦିନ ତଳେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମେଂଟକୁ ନେଇ ମଧ୍ୟ କିଛି ବି ହୋଇପାରେ ବୋଲି ମତ ଦେଇଥିଲେ । ଯଦି ମେଂଟ ନହୁଏ, ତା’ହେଲେ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ହିଁ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଥିଲେ ।

 

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail