Wednesday, January 7, 2026

ବଦଳିଲେ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଲେ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି ।ଏହାପୂର୍ବରୁ ବିଜୟ ପଟ୍ଟନାୟକ ଏହି ଦାୟିତ୍ୱରେ ରହିଥିବା ବେଳେ ତାଙ୍କୁ ବର୍ତ୍ତମାନ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ବିଜୟ ପଟ୍ଟନାୟକ ।କଂଗ୍ରେସ ପକ୍ଷରୁ ଏନେଇ ପ୍ରେସ ରିଲିଜ ଜାରି କରାଯାଇଛି । ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ହେବା ପ୍ରସ୍ତାବରେ କଂଗ୍ରେସ ସଭାପତି ମୋହର ମାରିଥିବା ପ୍ରେସ ରିଲିଜରେ ଜାରି କରାଯାଇଛି । ଆଉ ମଧ୍ୟ ପୂର୍ବରୁ ଏହି ଦାୟିତ୍ୱ ବହନ କରୁଥିବା ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ଆଉ ଏକ ଗୁରୁଦାୟିତ୍ୱ ଦେଇଛି କଂଗ୍ରେସ । ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବେ କାର୍ୟ୍ୟ କରିବେ ବିଜୟ ପଟ୍ଟନାୟକ ।

ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରକୁ ଗୁରୁତ୍ୱ ଦେଉଛି । ନିର୍ବାଚନ ପ୍ରଚାରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଅଭିଜ୍ଞ ନେତାଙ୍କ ଉପରେ ଦାୟିତ୍ୱ ଦେଇଛି ଦଳ । କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦେଇଛି ଦଳ । ପୂର୍ବରୁ ବିଜୟ ପଟ୍ଟନାୟକ ଏହି ଗୁରୁଦାୟିତ୍ୱ ବହନ କରୁଥିଲେ ।
ତେବେ ଭକ୍ତ ଚରଣ ଦାସ କେବଳ ଓଡିଶା କଂଗ୍ରେସର ବରିଷ୍ଠ କିମ୍ବା ଅଭିଜ୍ଞ ନେତା ନୁହନ୍ତି ବରଂ ଜାତୀୟ ସ୍ତରରେ ବି ସେ ବେଶ ପରିଚିତ । ଜଣେ ଦଳିତ ନେତା ଭାବରେ ଓଡ଼ିଶାରେ ସେ ବେଶ ପରିଚିତ । କଳାହାଣ୍ଡିର ସାଂସଦ ଭାବେ ମଧ୍ୟ ତାଙ୍କର ଦୀର୍ଘ ବର୍ଷର ଅନୁଭୂତି ରହିଛି ।

Hunkar Live
Author: Hunkar Live

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail​