ଗିରଫ ହେଲେ କାର୍ଯ୍ୟରତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ:ଭାରତ ଇତିହାସରେ ପ୍ରଥମଥର ପାଇଁ କୌଣସି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଅରବିନ୍ଦ କେଜ୍ରିୱାଲ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି। ଦିଲ୍ଲୀ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଆଜି କେଜ୍ରିୱାଲଙ୍କୁ ଗିରଫ କରିଛି।ଆପ୍‌ ମୁଖ୍ୟ କେଜ୍ରିୱାଲ ଦଳର ୪ର୍ଥ ବରିଷ୍ଠ ନେତା ଯିଏ ଅବକାରୀ ନୀତି ଦୁର୍ନୀତି ଘଟଣାରେ ବନ୍ଧା ହୋଇଛନ୍ତି।ଏହାପୂର୍ବରୁ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ସଞ୍ଜୟ ସିଂହଙ୍କୁ ଇଡି ସମାନ ମାମଲାରେ ଗିରଫ କରିଥିଲା।ଅବକାରୀ ନୀତି ଦୁର୍ନୀତି ଘଟଣାରେ କେଜ୍ରିୱାଲଙ୍କୁ ଇଡି ୯ଥର ସମନ କରିଥିଲା। ତଥାପି ସେ ଇଡି ମୁଖ୍ୟାଳୟରେ ଜେରା ପାଇଁ ହାଜର ହୋଇ ନଥିଲେ। ସେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କୁ କୋର୍ଟର ଆଶ୍ୱସ୍ତି ମିଳି ନଥିଲା। କୋର୍ଟରୁ ନିରାଶ ହେବା କ୍ଷଣି ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି।

 କେଜ୍ରିୱାଲ କୌଣସି ପ୍ରକାରର ଇସ୍ତଫା ଦେଇ ନାହାନ୍ତି। ଗିରଫଦାରୀ ପରେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ ବୋଲି ଆପ କହି ସାରିଛି।

 

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail