ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ନିଷ୍ପତ୍ତି : ରବିବାର ଖୋଲା ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ଅର୍ଥାତ୍ ରବିବାର ଖୋଲା ରହିବ ବ୍ୟାଙ୍କ୍। ଏନେଇ ସୂଚନା ଦେଇଛି ଆରବିଆଇ। ପ୍ରକୃତରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ଦିନ ରବିବାର ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଆରବିଆଇର ସୂଚନା ଅନୁଯାୟୀ, ମାର୍ଚ୍ଚ ୩୧ରେ ଆର୍ଥିକ ବର୍ଷର ବାର୍ଷିକ କ୍ଲୋଜିଂ ହୋଇଥାଏ । ଏଥିପାଇଁ ସବୁ ବ୍ୟାଙ୍କ୍ ଖୋଲା ରହିବ।ଏହା ସହ ଆୟକର ବିଭାଗ ମଧ୍ୟ ରବିବାର ଏହାର ସବୁ ଅଫିସ୍ ଖୋଲା ରଖିବା ନେଇ କହିଛି।

 ପ୍ରତିବର୍ଷ ମାର୍ଚ୍ଚ ୩୧ରେ ବ୍ୟାଙ୍କ୍ଙ୍କୁ ସବୁ ସରକାରୀ ଟ୍ରାଞ୍ଜାକ୍ସନ ସେଟଲ କରିବାକୁ ପଡ଼ିଥାଏ। ଯାହାଦ୍ବାରା ଆର୍ଥିକ ବର୍ଷର ସବୁ ସରକାରୀ ନେଣଦେଣର ହିସାବ ରଖାଯାଇପାରିବ। ଏଥିପାଇଁ ନାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ୍ସ ଟ୍ରାନ୍ସଫର (NEFT) ଏବଂ ରିୟଲ ଟାଇମ ଗ୍ରସ ସେଟଲମେଣ୍ଟ (RTGS) ସିଷ୍ଟମ ଦ୍ବାରା ହେବାକୁ ଥିବା ଟ୍ରାଞ୍ଜାକ୍ସନ ମଧ୍ୟ ମାର୍ଚ୍ଚ ୩୧ ରାତି ୧୨ଟା ସୁଦ୍ଧା ଜାରି ରହିଥାଏ।ଆଉ ଏଥର ମାର୍ଚ୍ଚ ୩୧ ରବିବାର ପଡ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ କେବଳ ଯେ, ବ୍ୟାଙ୍କ୍ ଏହି କାମ ପାଇଁ ଖୋଲିବ ତାହା ନୁହେଁ, ରବିବାର ସାଧାରଣ ଲୋକେ ମଧ୍ୟ ବ୍ୟାଙ୍କ୍ ସେବା ପାଇପାରିବେ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail