ହାତ ଛାଡିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରାହୀ। ସେ ମଙ୍ଗଳବାର କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି। ଦୀର୍ଘ ୨୫ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିବାରୁ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି ଅଧିରାଜ । ଅଧିରାଜ ବିଜେଡିରେ ମିଶିବେ ବୋଲି ସୂଚନା ମିଳିଛି। ନିର୍ବାଚନ ମଣ୍ଡଳୀର ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କଂଗ୍ରେସ ଛାଡିଥିବା କହିଛନ୍ତି ଅଧିରାଜ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail