ଫତେଗଡ ରାମ ମନ୍ଦିରରୁ ଚୋରି

ନୟାଗଡ଼ : ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ ଶିଖରରେ ଥିବା ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମାନେ ନଗଦ ୮ ଲକ୍ଷ ଟଙ୍କା ସହିତ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି । ଅଭିଯୋଗ ପରେ ଫତେଗଡ଼ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

Leave a Comment

Read More