ଝାରପଡା ଜେଲରେ କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍: ଚଢ଼ଉ ଜାରି

ଭୁବନେଶ୍ବର: କମିସନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଝାରପଡା ଜେଲରେ ଚଢ଼ଉ କରିଛି। ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଚଢ଼ଉ ଚଳାଇଛି। ଗତକାଲି ଜେଲ୍ ପରିସରରେ ଗ୍ୟାଙ୍ଗୱାର ପରେ କମିସନରେଟ୍ ପୁଲିସ ଏହି ଚଢ଼ଉ କରିଛି। ଜେଲର ପ୍ରତ୍ୟେକ ସେଲରେ ଛାନବିନ୍ କରାଯାଉଛି। ପ୍ରତ୍ୟେକ ୱାର୍ଡରେ ଛାନବିନ୍ କରାଯାଉଛି।ଡିସିପିଙ୍କ ସମେତ ବିଭିନ୍ନ ଜୋନର ପାଖାପାଖି ୬ ଜଣ ଏସିପି ମଧ୍ୟ ଏହି ଚଢଉରେ ସାମିଲ ହୋଇଛନ୍ତି।

ଗତକାଲି ଝାରପଡ଼ା ଭିତରେ ଗ୍ୟାଙ୍ଗୱାରର ଖବର ଆସିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ କିଛି କଏଦୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଥିବାବେଳେ ନିଶା କାରବାରକୁ ନେଇ ଏଭଳି ଗଣ୍ଡଗୋଳ ହେଉଥିବା କୁହାଯାଉଛି। ଏଥିଲାଗି ଆଜି କମିସନରେଟ୍ ପୁଲିସ ପକ୍ଷରୁ ଜେଲରେ ଚଢଉ କରାଯାଉଛି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail