ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗଦେଇ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜ ସରକାର ଏବଂ ଦଳରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଆସିଛନ୍ତି। ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯାନ ବିଜୁ ଜନତା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି। ଏହି ଆନ୍ଦୋଳନର ପ୍ରଭାବ ଆଜି ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଉପଲବ୍ଧିକୁ ଦେଖିଲେ ସ୍ପଷ୍ଟ ହୋଇଯିବ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ବିଧାନସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଦାବି କରିଥିଲେ। ଓଡ଼ିଶାର ମା’ ମାନେ କିପରି ଆଗକୁ ଯିବେ ସେଥିପାଇଁ ସେ ଚିନ୍ତିତ ଥିଲେ। ଅନେକ ଲୋକଙ୍କ ବିରୋଧ ପାଇଁ ଏହି ବିଲ୍ ପାରିତ ହେବାରେ ବିଳମ୍ବ ହେଲା। ବିଜେଡିରେ ଅଧିକରୁ ଅଧିକ ମହିଳାଙ୍କୁ ଟିକଟ ଦେଇ ଜିତାଇବାକୁ ନିର୍ଦ୍ଦେଶ ଦେଲେ। ତାଙ୍କର ଏହି ଉଦ୍ୟମ ହିଁ ବିଜୁ ଜନତା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତିତ କରିଛି ବୋଲି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।







