ଅଯୋଧ୍ୟା: ୨୨ରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ସମାରୋହରେ ୪ ଶଙ୍କରାଚାର୍ଯ୍ୟ ଯୋଗ ଦେଉ ନାହାନ୍ତି। ହେଲେ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ସମାରୋହକୁ ସମର୍ଥନ କରିଛନ୍ତି। ବିଶ୍ଵ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାରଙ୍କ କହିବା କଥା କେବଳ ଜ୍ୟୋତିଷ କେ ଶଙ୍କରାଚାର୍ଯ୍ୟ ଏହି ଆୟୋଜନ ବିରୋଧରେ ବୟାନ ଦେଇଛନ୍ତି।ତାଙ୍କ ବ୍ୟତୀତ ବାକି ଶଙ୍କରାଚାର୍ଯ୍ୟ ଏହାର ସମର୍ଥନ କରିଛନ୍ତି। ଏହିକ୍ରମରେ ଉତ୍ତରାଖଣ୍ଡର ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ଵରାନନ୍ଦ ରବିବାର କହିଛନ୍ତି, ସେ ରାମ ମନ୍ଦିର ବର୍ତ୍ତମାନ ଅସଂପୂର୍ଣ୍ଣ ଥିବା କାହିଁକି କହିଛନ୍ତି।
କୌଣସି ବି ମନ୍ଦିର ଭଗବାନଙ୍କ ଶରୀର ପରି ହୋଇଥାଏ। ମନ୍ଦିରର ଶିଖର ଭଗବାନଙ୍କ ଆଖି ପରି ହୋଇଥାଏ। କଳସ ଅଗ୍ରଭାଗରେ ରହିଥାଏ। ଏହା ବ୍ୟତୀତ ମନ୍ଦିରର ଧ୍ଵଜ ଭଗବାନଙ୍କ କେଶ ପରି ହୋଇଥାଏ। ବିନା ଭଗବାନଙ୍କ ମୁଣ୍ଡ ଓ ଆଖିରେ ପ୍ରାଣ ପ୍ରତିଷ୍ଠା କରାଯାଉଛି, ଯାହା ଶାସ୍ତ୍ର ବିରୋଧୀ। ଏଥିପାଇଁ ମୁଁ କାର୍ଯ୍ୟକ୍ରମରେ ଯୋଗ ଦେବି ନାହିଁ। ମୁଁ ଯଦି ଯିବି ତେବେ ଲୋକେ କହିବେ ମୋ ସାମ୍ନାରେ କେମିତି ଶାସ୍ତ୍ର ଉଲ୍ଲଂଘନ ହେଉଛି। ମୁଁ ପୂର୍ବରୁ କହିଥିଲି ମନ୍ଦିର କାର୍ଯ୍ୟ ପୂରା ହେବାପରେ ଅଯୋଧ୍ୟା ଟ୍ରଷ୍ଟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କରାନ୍ତୁ। ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ୪ ଶଙ୍କରାଚାର୍ଯ୍ୟ ଯୋଗ ଦେଉ ନାହାନ୍ତି। କିନ୍ତୁ ଦୁଇ ଶଙ୍କରାଚାର୍ଯ୍ୟ ସମାରୋହକୁ ସମର୍ଥନ କରିଛନ୍ତି। ଉଲ୍ଲେଖନୀୟ ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ଶାସ୍ତ୍ରର ଅଧିଷ୍ଠାତା କୁହାଯାଏ ? ଉତ୍ତରାଖଣ୍ଡ, ଓଡ଼ିଶା, କର୍ଣ୍ଣାଟକ ଓ ଗୁଜରାଟ ମଠର ଏହି ଶଙ୍କରାଚାର୍ଯ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ୍ ନ ହେବା କାରଣରୁ ଅନେକ ପ୍ରଶ୍ନ ଉଠୁଛି।
ପୁରୀର ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ କହିଛନ୍ତି ଶ୍ରୀରାମ ଯଥାସ୍ଥାନରେ ପ୍ରତିଷ୍ଠିତ ହୁଅନ୍ତୁ, ଯାହା ଅତି ଜରୁରୀ। ଏହା ମଧ୍ୟ ଜରୁରୀ ଯେ, ପ୍ରାଣ ପ୍ରତିଷ୍ଠା ଶାସ୍ତ୍ରରେ ବର୍ଣ୍ଣିତ ନିୟମାନୁସାର ହେବା ଉଚିତ୍। କାରଣ ଯେଉଁ ପ୍ରତୀମା ରହିଥାଏ, ସେଥିରେ ସବୁ ତତ୍ତ୍ଵ ସନ୍ନିବେଶ ରହିଥାଏ। କୌଣସି ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। ଏମିତି ସୂଚନା ଓ ଆକଳନ ଭିତ୍ତିହୀନ ବୋଲି ନିଶ୍ଚଳାନନ୍ଦ ସରସ୍ଵତୀ କହିଛନ୍ତି। ପୂଜା ପଦ୍ଧତି ଶାସ୍ତ୍ର ଅନୁସାରେ ନ ହେଲେ ଚାରି ଦିଗରେ ସବୁ ପ୍ରକାରର ଭୂତ, ପ୍ରେତ, ପିଶାଚ ପରି ନକରାତ୍ମକ ଶକ୍ତିଙ୍କର ପ୍ରଭାବ ପଡିବାର ଆଶଙ୍କା ରହିଥାଏ। ତେଣୁ ଶାସ୍ତ୍ର ବିଧି ଅନୁସାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବା ଉଚିତ୍। ପୂଜା-ପାଠ ବି ଶାସ୍ତ୍ର ଅନୁଯାୟୀ ହେବା ଦରକାର ବୋଲି ସେ କହିଥିଲେ।
