ହାଇଟେକ୍‌ ହସ୍ପିଟାଲ ଟ୍ରାଜେଡି; ଆଉ ଜଣେ ଗୁରୁତର ଆଖି ବୁଜିଲେ

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ମୃତକ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ୨୩ ବର୍ଷୀୟ ଶ୍ରୀତମ ସାହୁ ।ଶ୍ରୀତମ ପ୍ରାୟ ୨ ବର୍ଷ ହେବ ହାଇଟେକ୍‌ ମେଡିକାଲ କଲେଜରେ ଚାକିରି କରୁଥିଲେ। ସେ ପରିବାରର ଏକମାତ୍ର ରୋଜଗାରିଅ ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ସମଗ୍ର  ପରିବାର ବେସାହାରା ହୋଇ ପଡ଼ିଛି। ଶ୍ରୀତମଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ହୋଇଥିବା ବିସ୍ଫୋରଣରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ମାତ୍ର ମେଡିକାଲ ଉପରେ ଚାପ ପଡ଼ିବା ଭୟରେ ସେମାନେ ସମସ୍ତଙ୍କୁ ମୃତ ବୋଲି ଘୋଷଣା କରୁ ନାହାନ୍ତି। ଦିନେ, ୨ ଦିନ ଅନ୍ତରରେ ଜଣେ ଲେଖାଏ ଗୁରୁତରଙ୍କୁ ସେମାନେ ମୃତ ଘୋଷଣା କରୁଛନ୍ତି। ଗତ ୨ ଦିନ ପୂର୍ବେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଏବେ ଆମ ପୁଅ ଆଖି ବୁଜି ସାରିଥିବା କହୁଛନ୍ତି । ଏହାପରେ ଅବଶିଷ୍ଟ ଗୁରୁତରଙ୍କୁ ବି ଏପରି ଭାବେ ମେଡିକାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିବେ ବୋଲି ସେ କହିଛନ୍ତି।ଏଥିସହ ସେ କହିଛନ୍ତି, ବିସ୍ଫୋରଣ ପରଠୁ ପୁଅର ଚିକିତ୍ସା ଚାଲୁଥିବା କହୁଥିବା ବେଳେ ଆମକୁ କିନ୍ତୁ ପୁଅକୁ ଦେଖିବାକୁ ଛାଡ଼ୁ ନ ଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ କେବଳ ଭେଣ୍ଟିଲେଟର ଲଗାଇ ଭେଳିକି କରୁଥିଲେ। ପୁଅକୁ ଦେଖିବାକୁ ଚାହିଁବାରୁ ହସ୍ପିଟାଲର କର୍ମଚାରୀ ଓ ବାଉନ୍ସର ଭିତରକୁ ଛାଡ଼ୁ ନ ଥିଲେ।

 

Hunkar Live
Author: Hunkar Live

Read More

Leave a Comment

ias coaching , upsc coaching

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail