କେନ୍ଦ୍ର ସଂସଦୀୟ ବ୍ୟାପାର ଓ ଆଇନମନ୍ତ୍ରୀଙ୍କ ଘୋଷଣା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ସମ୍ମାନପତ୍ର ଦିଆଯିବ ସ୍ବାଧୀନତା ଆନ୍ଦୋଳନର ପ୍ରେରଣାରେ ବିକଶିତ ଭାରତ ଗଠନ ହେଉ

ଭୁବନେଶ୍ବର :ଦେଶର ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ୤ ସେମାନେ ସବୁବେଳେ ଦେଶ ପାଇଁ ପ୍ରେରଣା୤ ସମୟ ଆସିଛି ଆମକୁ ସେହି ସ୍ବାଧୀନତା ସଂଗ୍ରାମୀଙ୍କ ସହିତ ଯୁବପିଢିଙ୍କୁ ପରିଚିତ କରାଇବାକୁ ପଡ଼ିବ୤ ସେମାନଙ୍କ ଆନ୍ଦୋଳନରୁ ହିଁ ପ୍ରେରଣା ନେଇ ଆମକୁ ୨୦୪୭ର ବିକଶିତ ଭାରତ ଗଢିବାକୁ ହେବ୤
କେନ୍ଦ୍ର ସଂସଦୀୟ ବ୍ୟାପାର, ସଂସ୍କୃତି ଓ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହା କହିଛନ୍ତି୤ ସେ କହିଛନ୍ତି ଯେ, ସ୍ବାଧୀନତା ସଂଗ୍ରାମୀଙ୍କ ଦାୟଦ ଓ ପରିବାରକୁ ସମ୍ମାନପତ୍ର ବା ପରିଚୟ ପତ୍ର ପ୍ରଦାନ କରାଯିବ୤ ଖୁବଶୀଘ୍ର ଏଥÒନେଇ ସେ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର କମିଟିକୁ ସୁପାରିଶ କରିବେ୤ ସଂସଦୀୟ କମିଟିରେ ମଧ୍ୟ ଏହା ଉପସ୍ଥାପନ କରାଯିବ୤
ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ ୩୮ତମ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବରେ ମୁଖ୍ୟ ଅତିଥÒଭାବେ ଯୋଗ ଦେଇ ଶ୍ରୀ ମେଘୱାଲ ଏହା କହିଛନ୍ତି୤ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଷ୍ଟ୍ରୀୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ ସ୍ବାଧୀନତା ସଂଗ୍ରାମୀ ଦାୟଦମାନଙ୍କୁ ପରିଚୟ ପତ୍ର ଏବଂ ସେମାନଙ୍କ ପରିବାରକୁ ଦେଶ ଭକ୍ତ ସମ୍ମାନପତ୍ର ଦେବା ଲାଗି ପ୍ରସ୍ତାବ ରଖିଥÒଲେ୤ ରାଷ୍ଟ୍ରୀୟ ସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବାକୁ ସେ ଅନୁରୋଧ କରିଥÒଲେ୤
କେନ୍ଦ୍ରମନ୍ତ୍ରୀ ଏଥÒରେ ସମ୍ମତି ପ୍ରକାଶ କରିବା ବେଳେ ଖୁବଶୀଘ୍ର କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କହିଥÒଲେ୤ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମହୋତ୍ସବରେ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଅତିଥÒଭାବେ ଯୋଗ ଦେଇଥÒଲେ୤
ସାଂସଦ ଭର୍ତ୍ତୃହରି ମହତାବ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥÒବା େବଳେ ବିଧାୟକ ସୁରେଶ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥÒଲେ୤ ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥÒଲା୤ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନୀ ହୋଇଥÒଲା୤ କାର୍ଯ୍ୟକ୍ରମକୁ ଯୁବ ସାମ୍ମୁଖ୍ୟ ରାଜ୍ୟ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ସୁଧାଂଶଶେଖର ମହାପାତ୍ର, ଉପେନ୍ଦ୍ର ପାଢୀ, ଅଭୟ ବଡଜେନା ଓ ସନ୍ତୋଷ ପତି ପରିଚାଳନା କରିଥÒଲେ୤

ସଂଗ୍ରାମୀଙ୍କ ପେନସନ ବୃଦ୍ଧ଄ କରାଯାଉ ,ଅଣବନ୍ଦୀ ଓ ରାଜ୍ୟ ବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ ମାସିକ ପେନସନ ୨୦ ହଜାର ଟଙ୍କାକୁ ବୃଦ୍ଧ଄ କରିବାପାଇଁ ଅଖÒଳ ଭାରତ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବରେ ଦାବି କରାଯାଇଛି୤ ଉଲ୍ଲେଖଥାଉ କି ବିଗତ ପ୍ରାୟ ୧୫ ବର୍ଷ ହେଲାଣି ରାଜ୍ୟ ସରକାର ରାଜ୍ୟ ବନ୍ଦୀ ଓ ଅଣବନ୍ଦୀମାନଙ୍କ ପେନସନ ବଢାଇ ନାହାନ୍ତି୤ ସେମାନଙ୍କୁ ମାସିକ ୯ ହଜାର ଟଙ୍କା ଦିଆଯାଉଛି୤

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail