Wednesday, October 8, 2025

ଭୁବନେଶ୍ୱର:ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ରାଜ୍ୟ ସରକାର ବଡ ଆକ୍ସନ ନେଇଛନ୍ତି । ଜାଲିଆତି ରୋକିବା ପାଇଁ ସରକାର ନୂଆ ଆଇନ ଆଣିଛନ୍ତି । ରାଜ୍ୟରେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା ବଡ ଘୋଟାଲାର ପର୍ଦ୍ଦାଫାସ୍‍ ହେବା ପରେ ଏଯାବତ ୧୧୭ଜଣ ଗିରଫ ହୋଇସାରିଛନ୍ତି । ଏହି ମାମଲାରେ ପ୍ରଶ୍ନ ପ୍ରସ୍ତୁତକାରୀ ସଂସ୍ଥା ସିଲିକନର ବିଭିନ୍ନ କାର୍ଯ୍ୟାଳୟ ଉପରେ କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୁଲିସ ଟିମ୍‍ ଚଢାଉ କରିଛନ୍ତି । ଚଢାଉ ବେଳେ କ୍ରାଇମବ୍ରାଞ୍ଚ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଥିବା କୁହାଯାଉଛି ।

ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‍ ଓ ଭାଇରାଲ ହେବା ପରେ ଏବେ ଧରାପଡିବା ଭୟ ଥିବାରୁ ନୂଆ ଉପାୟ ଆପଣାଇଥିଲେ ଦଲାଲ । ପୁଲିସ ଏସଆଇ ନିଯୁକ୍ତି ପାଇଁ ୧୧୪ଜଣ ଆଶାୟୀଙ୍କୁ ତିନିଟି ବସରେ ଆନ୍ଧ୍ରପ୍ରଦେଶକୁ ନିଆଯାଉଥିଲା । ବିଜୟନଗରମର ଏକ ଅଜ୍ଞାତ ସ୍ଥାନରେ ଆଶାୟୀଙ୍କୁ ପ୍ରଶ୍ନପତ୍ର ଓ ଉତ୍ତର ଜଣାଇବା ପାଇଁ ସ୍ୱତନ୍ତ୍ର କୋଚିଂର ଯୋଜନା ଥିଲା । ସିଧା ପ୍ରଶ୍ନପତ୍ର ନଦେଇ ସ୍ୱତନ୍ତ୍ର କୋଚିଂ ଜରିଆରେ ପ୍ରଶ୍ନପତ୍ର ସମ୍ପର୍କରେ ଜଣାଇଥାନ୍ତେ ଦଲାଲ । ହେଲେ ସବୁ ଯୋଜନା ଫସର ପାଲଟି ଯାଇଥିଲା ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Laest News

2024 Reserved Hunkar Live | Designed by Best News Portal Development Company - Traffic Tail