Saturday, January 3, 2026

ଓଭାଲ୍ ଟେଷ୍ଟ୍: ଗମ୍ଭୀର-କ୍ୟୁରେଟର୍‌ ମୁହାଁମୁହିଁ

ଲଣ୍ଡନ୍‌:ଓଭାଲ୍‌ରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ଖେଳାଯିବାକୁ ରହିଛି। ଏହା ପୂର୍ବରୁ କିନ୍ତୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ମଙ୍ଗଳବାର କିଆ ଓଭାଲରେ ଭାରତୀୟ ଦଳ ଇଛାଧୀନ ଅଭ୍ୟାସ କରିବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଗ୍ରାଉଣ୍ଡ୍‌ର ମୁଖ୍ୟ କ୍ୟୁରେଟର୍‌ ଲି ଫର୍ଟିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ବାକ୍ୟ ବିନିମୟ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ଗମ୍ଭୀର ତାଙ୍କୁ କହିଥିଲେ ‘ଆମକୁ କ’ଣ କରିବାକୁ ହେବ ତୁମକୁ କହିବାର ଆବଶ୍ୟକତା ନାହିଁ’। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଫର୍ଟିସଙ୍କୁ ଉତ୍ତେଜିତ ଗମ୍ଭୀର ଅଙ୍ଗୁଳି ନିର୍ଦ୍ଦେଶ କରି କହୁଥିବାର ଫଟୋ ବି ବୁଲୁଛି। ଫର୍ଟିସ କହିଥିଲେ ‘ମୁଁ ଏହାକୁ ରିପୋର୍ଟ କରିବି’। ଗମ୍ଭୀର ବି ଛାଡ଼ି ନଥିଲେ ‘ତୁମେ ଯାଅ ଯାହାକୁ ରିପୋର୍ଟ କରିବ କର’। ଭାରତୀୟ ଦଳ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ ହସ୍ତକ୍ଷେପ କରିବା ପରେ ଏହା କିଛି ମାତ୍ରାରେ ଶାନ୍ତ ପଡ଼ିଥିଲା। ଆମେ କିଛି କ୍ଷତି କରିନାହୁଁ ବୋଲି କୋଟାକ ସଫେଇ ଦେଇଥିଲେ।
ଭାରତୀୟ ଦଳ ପାଇଁ ଦିଆଯାଇଥିବା ଅଭ୍ୟାସ ପିଚ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଏହି ବାକ୍ୟବିନିମୟ ଘଟିଥିବା ବିଶ୍ବାସ କରାଯାଉଛି। ଘଟଣା ସମୟରେ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ ଓ ସହକାରୀ ରୢାନ୍ ଟେନ୍‌ ‌ଡଶ୍ଚେଟ୍‌ ବି ସବୁକିଛି ଶୁଣୁଥିଲେ। ଗମ୍ଭୀର କେଉଁଠି ଫର୍ଟିସଙ୍କୁ କହିଥିଲେ ‘ତୁମେ ଆଉ ଜଣେ ଗ୍ରାଉଣ୍ଡ୍‌ସମ୍ୟାନ୍‌, ଏହାଠାରୁ ଅଧିକ କିଛି ନୁହଁ’। ଏହା ପରେ ଉଭୟ ଭିନ୍ନ ଦିଶାରେ ଚାଲିଯାଇଥିଲେ। ଗମ୍ଭୀର ଭାରତୀୟ ଦଳ ଅଭ୍ୟାସ ଶିବିର ଉପରେ ନଜର ରଖିଥିଲେ। ଯିବା ବାଟରେ କିନ୍ତୁ ଫର୍ଟିସ କହିଥିଲେ ‘ଏହା ଏକ ବଡ଼ ମ୍ୟାଚ୍‌ ହୋଇଥିବାରୁ ଗମ୍ଭୀର ଟିକେ ଉତ୍ତେଜିତ ହୋଇପଡ଼ୁଛନ୍ତି’। ଅଭ୍ୟାସ ଶିବିରରେ ସାଇ ସୁଦର୍ଶନ ପ୍ରଥମେ ବ୍ୟାଟିଂ କରିଥିଲେ। କୁଲଦୀପ ୟାଦବ ଓ ଅର୍ଶଦୀପ ସିଂହ ମଧ୍ୟ ବୋଲିଂ ପ୍ରଶିକ୍ଷକ ମର୍ନି ‌ମର୍କେଲଙ୍କ ତୀକ୍ଷ୍‌ଣ ନଜରରେ ବଲ୍ ପକାଉଥିଲେ।

Hunkar Live
Author: Hunkar Live

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail​