Saturday, January 18, 2025

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

“ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।” ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କୌଳିକ ପଣ୍ଡାଙ୍କ କହିବା ମୁତାବକ, ରାଷ୍ଟ୍ରପତି ମହାପ୍ରଭୁଙ୍କ ପାଖରେ ୧୦ରୁ ୧୫ ମିନିଟ୍ ସମୟ ଅତିବାହିତ କରିଥିଲେ । ଏହାସହ ନିଜ ହାତରେ ମଧ୍ୟ ସେ ମହାପ୍ରଭୁଙ୍କ ଆଳତୀ ବନ୍ଦି ପ୍ରଦାନ କରିଛନ୍ତି । ଏହାପରେ ମାଆ ଲକ୍ଷ୍ମୀଙ୍କର ମଧ୍ୟ ଦର୍ଶନ କରିଥିଲେ ମହାମହିମ । ଏହାପରେ ସେ ଶ୍ରୀମନ୍ଦିରରୁ ବାହାରି ଆସିଥିଲେ ।

ତେବେ ଆଜି ନୌସେନା ଦିବସ କାର୍ୟ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ଆସି ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଏହି କାର୍ୟ୍ୟକ୍ରମରେ ଯୋଗ ଦେବା ପରେ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମହାମହିମ । ଏହାପରେ ଶ୍ରୀମନ୍ଦିରୁ ବାହାରି ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହେବେ। ଏହା ପରେ ନୌସେନା ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail