Saturday, January 18, 2025

କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଲାଗିରହିଛି ସସପେନ୍ସ

କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ଲାଗିରହିଛି ସସପେନ୍ସ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏଥର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ବୋଲି ମହାରାଷ୍ଟ୍ର ବିଜେପିରେ ଚର୍ଚ୍ଚା ହେଉଛି । ମହାୟୁତିର ବିପୁଳ ବିଜୟ ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସାରା ଦେଶର ନଜର । ଏହି ଦୁଇ ନେତାଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ମେଣ୍ଟଭୁକ୍ତ ଏନସିପି ଏହି ପଦ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ କରିଛି । ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏକନାଥ ସିନ୍ଦେ । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପ୍ରାର୍ଥନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ଶିବସେନାର ମହିଳାମାନେ । ପରୋକ୍ଷରେ ଏହା ଶିବସେନା ପକ୍ଷରୁ ବିଜେପି ଉପରେ ଚାପ ସୃଷ୍ଟି କରାଯାଉଥିବାର ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଏନସିପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ତେବେ ବିଜେପି ବିଧାୟକ ଦଳର ନେତା କିଏ ହେବେ, ତାହା ସ୍ଥିର ହୋଇନାହିଁ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ନେତାଙ୍କୁ ବଛାଯିବ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିକୁ ୧୩୨ ଆସନ ମିଳିଛି । ବିଜେପି ପ୍ରତି ୫ଜଣ ସ୍ୱାଧୀନ ଓ ଛୋଟ ଦଳର ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି । ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ୫୭ଜଣ ବିଧାୟକ ବିଜୟୀ ହୋଇଛନ୍ତି । ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ଶିବସେନା ସହ ଅଛନ୍ତି । ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ୪୧ଟି ଆସନରେ ଜିତିଛି । ସବୁଠୁ ଅଧିକ ଆସନ ପାଇଥିବା ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଖୋଲାଖୋଲି କହିଛନ୍ତି ଏନସିପି ନେତା ତଥା ମନ୍ତ୍ରୀ ଅନୀଲ ପାଟିଲ୍ ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail