୨୪ରେ ଅବପାତର ରୂପ ନେବ ଲଘୁଚାପ, ଆଲର୍ଟ ଜାରି କଲେ ଏସଆରସି

ଭୁବନେଶ୍ବର: ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।୨୪ରେ ଅବପାତ ରୂପ ନେବ ଲଘୁଚାପ। ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ ବାରଣ। ବର୍ଷା ଆଶଙ୍କା ନେଇ ସତର୍କ କରାଇଲେ ଏସଆରସି।ସମସ୍ତ ଜିଲ୍ଲାପାଳଙ୍କୁ କଲେ ସତର୍କ। ଭାରତୀୟ ପାଣିପାଗ ବିଭାଗ, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଅନୁମାନ କରିଛି।

ପ୍ରାଥମିକ ସ୍ତରରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଥିଲେ ମଧ୍ୟ ଅବପାତର ଗତିପଥ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ତେବେ ଅନ୍ତର୍ଜାତୀୟ ପାଣିପାଗ ମଡେଲର ପୂର୍ବାନୁମାନ ଅନୁଯାୟୀ, ଏହା ବାତ୍ୟାର ରୂପ ନେଇପାରେ । ଏମିତି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ GFX ଏବଂ ECMWF ମଡେଲ୍ ପ୍ରାକ୍ ପୂର୍ବାନୁମାନ କରିଛି, ସମ୍ଭବତଃ ଆସନ୍ତା ୨୫ କିମ୍ବା ୨୬ ତାରିଖ ବେଳକୁ ଏହା ଛୋଟ ବାତ୍ୟା କିମ୍ବା ଗଭୀର ଅବପାତର ରୂପ ନେଇପାରେ । ଏଥିରେ ପବନ କମ୍ ଅଧିକ ବର୍ଷା ଅଜାଡ଼ିପାରେ । ଯଦି ଆକଳନ ସତ ହୁଏ ତେବେ ତୃତୀୟ ପର୍ଯ୍ୟାୟ ଭୋଟ୍ ୨୫ ତାରିଖ ଦିନ ବଡ଼ ବର୍ଷା ହୋଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । ସମୁଦ୍ର ଜଳପତନ ତାପମାତ୍ରା ୩୪ ରୁ ୩୫ ଡିଗ୍ରୀ ରହୁଛି । ସାଧାରଣତଃ ସମୁଦ୍ର ଜଳପତନ ତାପମାତ୍ରା ୨୬ ଡିଗ୍ରୀ ଡେଇଁଲେ ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ପରିବେଶ ହୋଇଥାଏ ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail