ସାଲେପୁର କଂଗ୍ରେସ ନ୍ୟାୟ ସମାବେଶରେ ରାହୁଲଙ୍କ ଗ୍ୟାରେଂଟି ।

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଭାଷଣ ଆଜି କଂଗ୍ରେସ ଶିବିରରେ ଆଜି ଭରି ଦେଇଛି ଉତ୍ସାହ । ସାଲେପୁର କୁଳିଆରେ ଆୟୋଜିତ ନ୍ୟାୟ ସମାବେଶରେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ଶାସକ ଦଳ ବିରୋଧରେ ବର୍ଷିଛନ୍ତି ଦଳର ପୂର୍ବତନ ଅଧ୍ୟକ୍ଷ । କଂଗ୍ରେସ ଦ୍ୱାରା ବିଜେଡି ଓ ବିଜେପି ମଧ୍ୟରେ କରା ଯାଇଥିବା ପ୍ରତିକାତ୍ମକ ବିବାହ କଥା ଦୋହରାଇ କଡ଼ା ସମାଲୋଚନା କରିଛନ୍ତି ।ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କୁ ଫାଇଦା ଦେଇଥିବା ବେଳେ ସାଧାରଣ ଲୋକଙ୍କୁ ପାନ ଧରାଇ ଦେଇଛନ୍ତି ବୋଲି କଟାକ୍ଷ କରିଛନ୍ତି ରାହୁଲ ।କଂଗ୍ରେସ ଗ୍ୟାରେଂଟି ସଂପର୍କରେ କହିବା ସହ ମାଳ ମାଳ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ । କ୍ଷମତାକୁ ଆସିଲେ କଂଗ୍ରେସ କି କି ସୁବିଧା ସୁଯୋଗ ଯୋଗାଇ ଦେବ ସଭାମଂଚରୁ କହିଛନ୍ତି ।

ଯୁବକ/ଯୁବତୀଙ୍କୁ ଚାକିରି ଗ୍ୟାରେଂଟି
ମହିଳା ଓ ବେରୋଜଗାରୀ ଭତ୍ତା
ଗରିବ ପରିବାରର ମହିଳାଙ୍କୁ ଚିହ୍ନଟ କରି ବ୍ୟାଙ୍କ ଖାତାକୁ ବାର୍ଷିକ ୧ ଲକ୍ଷ ଟ୍ରାନ୍ସଫର
୨୦୦ ୟୁନିଟ୍ ମାଗଣା ବିଜୁଳି, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
କୃଷି ଋଣ ଛାଡ଼, ଏମ୍ଏସ୍ପି ବୃଦ୍ଧି
ଆଦି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ ।

କଂଗ୍ରେସର ନ୍ୟାୟ ସମାବେଶରେ ରାହୁଲ ଗାନ୍ଧୀଙ୍କ ଦମଦାର ଭାଷଣରେ ଉତ୍ସାହିତ ହୋଇ ପଡିଛନ୍ତି ରାଜ୍ୟ କଂଗ୍ରେସ ନେତା । ସାଲେପୁର ଗସ୍ତ ଅବସରରେ ସତ୍ୟଭାମାପୁରରେ ଥିବା ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପ୍ରଦାନ କରିଥିଲେ ରାହୁଲ । ରାହୁଲଙ୍କ ଏହି ଗସ୍ତ କେନ୍ଦ୍ରପଡ଼ା ଲୋକସଭା କ୍ଷେତ୍ର ଓ ଏହା ଅଧୀନରେ ଥିବା ୭ ବିଧାନସଭା କ୍ଷେତ୍ରରେ ପ୍ରଭାବ ପକାଇବ ବୋଲି ଆଶା ରଖିଛି କଂଗ୍ରେସ ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail