ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍

ବେଗୁନିଆ: ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏଠିକାର ଦୁଇ ଦୁଇଥରର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭଙ୍କ ପୁଅ ପୃଥ୍ବୀବଲ୍ଳଭ ପଟ୍ଟନାୟକଙ୍କୁ ଦେଇଛି ଟିକେଟ୍ ।ଟିକେଟ୍ ପାଉ ପାଉ ପରୋକ୍ଷରେ ବିଜେଡି ଓ ବିଜେପିକୁ ନିଶାନା କରି ପୃଥ୍ବୀବଲ୍ଳଭ କହିଛନ୍ତି-ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା, ଏବେ ବିଧାୟକଙ୍କ ଦେଖା ମିଳୁନି । ବାଜି ମାରିବେ ନା ଖେଳ ଓଲଟାଇବେ ? ବେଗୁନିଆ-ବୋଲଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ କଂଗ୍ରେସ ଟିକେଟ୍ ମିଳିବା ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା । ଗୋଟିଏ ପଟେ ବେଗୁନିଆ ଟିକେଟ୍ ଘୋଷଣାକୁ ନେଇ ବିଜେଡି-ବିଜେପି ଛକାପଞ୍ଝା ଚାଲିଥିବାବେଳେ ଆଜି ପ୍ରାଥମିକ ପ୍ରତିକ୍ରିୟା ରଖି, ପରୋକ୍ଷରେ ଉଭୟ ଦଳଙ୍କୁ ନିଶାନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ  ପୃଥ୍ବୀବଲ୍ଲଭ ପଟ୍ଟନାୟକ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail