ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରୁ ଦୁଇଟିରେ ପ୍ରାର୍ଥୀଙ୍କୁ ବଦଳାଇଛି। ରଣପୁର ଓ ପଟ୍ଟାଙ୍ଗୀରେ ଦଳ ପ୍ରାର୍ଥୀ ବଦଳାଇଛି। ରଣପୁରରୁ ଦଳ ପ୍ରଥମେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଆଜି ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ବଦଳରେ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଟ୍ଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।

ସେହିପରି ୨୦୧୯ରେ ନିର୍ବାଚନ ଲଢ଼ି ନଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଏଥର ନିର୍ବାଚନ ଲଢ଼ିବେ। ତାଙ୍କୁ ଦଳ ରାଉରକେଲାରୁ ପ୍ରାର୍ଥୀ କରିଛି।  ଏହି ଆସନରୁ ଦିଲ୍ଲୀପ ରାୟ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଏହି ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ପାଟଣା- ଅଖିଳ ଚନ୍ଦ୍ର ନାୟକ

ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବାରଦା

ବାଙ୍ଗିରିପୋଷି- ସଞ୍ଜଳି ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ

ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ- ସୋମନାଥ ପୂଜାରୀ

ରାଜନଗର- ଲଳିତ ବେହେରା
ବାଲିକୁଦା ଏରସମା- ସତ୍ୟସାରଥି ମହାନ୍ତି

ଜଗତସିଂହପୁର- ଅମରେନ୍ଦ୍ର ଦାଶ
କାକଟପୁର- ବାଇଧର ମଲ୍ଲିକ

ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ ପାଣିଗ୍ରାହୀ

ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା

ରାୟଗଡ଼ା- ବସନ୍ତ ଉଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା

କୋଟପାଡ- ରୁପୁ ଭତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

ଚିତ୍ରକୋଣ୍ଡା- ଡମ୍ବରୁ ଶିଶା

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail