ଆସିଲା ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର:ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।ସୋନପୁରରୁ ଦଳ ନିରଞ୍ଜନ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ପାଟଣାଗଡ଼ରୁ ସରୋଜ ମେହର,ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ ଓ ପାଟକୁରାରୁ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପ୍ରାର୍ଥୀ କରିଛି।ସେହିପରି ଲୋକସଭା ନିମନ୍ତେ ବିଜେଡି ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଥିବା ବେଳେ କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ। ଏଥିସହ ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ମାଝୀ, ଆସିକାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail