ବିଜୁ ଜନତା ଦଳ ‌ନିର୍ବାଚନୀ ବଣ୍ଡରେ ୧୦୧୯.୫ କୋଟି ରାଜନୈତିକ ଚାନ୍ଦା ପାଇବା ସହ ଦେଶର ୫ମ ବୃହତ ଆଞ୍ଚଳିକ ଦଳ ପାଲଟିଛି।

ଭୁବନେଶ୍ବର: ବିଜୁ ଜନତା ଦଳ ‌ନିର୍ବାଚନୀ ବଣ୍ଡରେ ୧୦୧୯.୫ କୋଟି ରାଜନୈତିକ ଚାନ୍ଦା ପାଇବା ସହ ଦେଶର ୫ମ ବୃହତ ଆଞ୍ଚଳିକ ଦଳ ପାଲଟିଛି। ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ନିର୍ବାଚନୀ ବଣ୍ଡରୁ ସ୍ପଷ୍ଟ ହୋଇଛି। ବିଜେପି ଜୋର ଜୁଲମ କରି ରାଜନୈତିକ ପାଣ୍ଠି ଆଦାୟ କରୁଥିବା ଦଳ। ତେଣୁ ଉଭୟ ବିଜେପି ଓ ବିଜେଡି ଏକ ଚାନ୍ଦା ଅସୁଲକାରୀ ରାଜନୈତିକ ଦଳ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଗଣମାଧ୍ୟମ ସେଲ୍‌ର ସଂଯୋଜିକା ବବିତା ଶର୍ମା କହିଲେ, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥକୁ ବର୍ଷ ବର୍ଷ ଧରି ଉପେକ୍ଷା କରି ପୁଞ୍ଜିପତିମାନଙ୍କୁ ରାଜ୍ୟର ସଂପତ୍ତିକୁ ଟେକି ଦେଇ ହଜାର ହଜାର କୋଟି ଟଙ୍କା ରାଜନୈତିକ ପାଣ୍ଠି ଆଦାୟ କରିଛି ବିଜେଡି। ୨୦୧୮ରୁ ୨୦୨୪ ମସିହା ଭିତରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏସ୍‌ଏଲ ମାଇନିଂ ୧୭୪.୫ କୋଟି, ଉତ୍କଳ ଆଲୁମିନା ୭୦ କୋଟି, ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ୧୦ କୋଟିକୁ ମିଶାଇ ୨୫୪.୫ କୋଟି ବିଜେଡିକୁ ନିର୍ବାଚନୀ ବଣ୍ଡ ମିଳିଛି। ଏହାସହ ଜିନ୍ଦଲ ଷ୍ଟିଲ ୧୦୦ କୋଟି, ରଶ୍ମି ସିମେଣ୍ଟ ୪୫ କୋଟି, ରଶ୍ମି ମେଟାଲିକ୍ସ ୨୭ କୋଟି, ରୁଙ୍ଗଟା ୫୦ କୋଟି, ବେଦାନ୍ତ ୪୦ କୋଟି ଭଳି ଅନେକ କମ୍ପାନି ନିର୍ବାଚନୀ ବଣ୍ଡ ଦେଇଛନ୍ତି। ବିଜେପି ଗତ ୬ବର୍ଷ ଭିତରେ ୮ହଜାର ୨୫୨ କୋଟି ରାଜନୈତିକ ପାଣ୍ଠି ନିର୍ବାଚନୀ ବଣ୍ଡ ଜରିଆରେ ପାଇଛି। ବିଜେପି ଇଡି, ସିବିଆଇ ଓ ଆଇଟିକୁ ଶିଳ୍ପପତି ଓ ବ୍ୟବସାୟୀଙ୍କ ବିରୋଧରେ ବ୍ୟବହାର କରି ନିର୍ବାଚନୀ ବଣ୍ଡ ପାଇଛି।

ସେ ଆହୁରିମଧ୍ୟ କହିଥିଳେ ଯେ ଭାରତୀୟ ଜାତୀୟ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଆୟକର ବିଭାଗ ଜରିଆରେ ବନ୍ଦ କରି ଦିଆଯାଇଛି। ନିର୍ବାଚକୁ ଆଉ ୨ମାସ ଥିବା ବେଳେ ଦେଶରେ ଆଉ ଗଣତନ୍ତ୍ର ବଞ୍ଚିବ ନାହିଁ ବୋଲି ଧରି ନେବାକୁ ହେବ। କଂଗ୍ରେସକୁ ବିଜେପିର ଏତେ ଭୟ କାହିଁକି ବୋଲି ଶ୍ରୀମତୀ ଶର୍ମା ପ୍ରଶ୍ନ କରିଛନ୍ତି। ମୁଖପାତ୍ର ରଜନୀ ମହାନ୍ତି କହିଥିଲେ, ବିଜେଡି କେବଳ ଖଣି ଓ ଷ୍ଟିଲ କମ୍ପାନିଙ୍କଠାରୁ ଚାନ୍ଦା ପାଇନାହିଁ ବରଂ କଲିକତାର ୨ଟି ମଦ ବ୍ୟବସାୟୀଠାରୁ ନିର୍ବାଚନୀ ବଣ୍ଡ ଜରିଆରେ ଚାନ୍ଦା ପାଇଛି। ଲକ୍ଷ୍ମୀ ଇଣ୍ଡଷ୍ଟ୍ରିଆଲ ୧୦ କୋଟି ଓ କାସେଲ ଲିକର ୫ କୋଟି ଟଙ୍କା ବିଜେଡିକୁ ଦେଇଛନ୍ତି। ଯେଉଁ ଖଣି ଓ ଷ୍ଟିଲ କମ୍ପାନିମାନେ ବିଜେଡିକୁ ଶହ ‌ଶହ କୋଟି ଚାନ୍ଦା ଦେଇଛନ୍ତି ତାହା ବଦଳରେ ସେମାନେ କ’ଣ ପାଇଦା ପାଇଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail