Friday, December 27, 2024

ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା

ଭୁବନେଶ୍ବର: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଥିବା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା କରାଯାଇଥିଲା। ଆଜି ଭୋର ସାଢ଼େ ୪ଟାରେ ପ୍ରୟାସକାନ୍ତି ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଇଡି ୧୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରୟାସକାନ୍ତି‌ଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବାର ସୂଚନା ମିଳିଥିଲେ ବି ଏହାକୁ ଖଣ୍ଡନ କରିଛନ୍ତି ପ୍ରୟାସକାନ୍ତି ସାମଲ।

ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ।

 

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail