ସଂଜୀବ ପଣ୍ଡା ହେଲେ ଟୁଇନ ସିଟି ପୋଲିସ କମିଶନର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ  ଆଇପିଏସ୍‌ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ଏହି ପ୍ରକ୍ରିୟାରେ ବଦଳିଛନ୍ତି ଭୁବନେଶ୍ୱର-କଟକ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ତାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ଏବେ ଗୁଇନ୍ଦା ନିର୍ଦ୍ଦେଶକ ଥିବା ସଞ୍ଜୀବ ପଣ୍ଡାଙ୍କୁ ଟ୍ୱିନ୍‌ ସିଟିର ପୁଲିସ୍ କମିଶନର ଭାବେ ନିଯୁକ୍ତି ମିଳିଛି। କଟକ ଡିସିପି ମଧ୍ୟ ବଦଳିଛନ୍ତି। କଟକ ଡିସିପି ଥିବା ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି। ପୁରୀ ଏସ୍‌ପି କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ସେ ଡେପୁଟି ଆଇଜି ଭାବେ ଏହି ପଦବୀରେ କାର୍ଯ୍ୟ କରିବେ ।ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ସନ୍ତୋଷ ବାଲାଙ୍କୁ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବାକୁ କୁହାଯାଇଛି।

Hunkar Live
Author: Hunkar Live

Read More

Leave a Comment

Read More

Our Company

Newsletter

Laest News

2024 Reserved Hunkar Live | Designed by Best News Portal Development Company - Traffic Tail