ନୂଆପଡ଼ା :ନୂଆପଡ଼ା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ । ବିଜେଡିର ନୂଆପଡ଼ା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଶୋଭାଯାତ୍ରାରେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେଡିର ତମାମ ନେତା ତାଙ୍କ ସହିତ ଉପସ୍ଥିତ ଥିଲେ ।ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର । ବିଜେଡି ପ୍ରାର୍ଥୀ ନୂଆପଡାରେ ପହଞ୍ଚି ଗତକାଲି ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଶାଳ ଶୋଭାଯାତ୍ରା କରି ପତିଆରା ଦେଖାଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ସେପଟେ ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ। ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ନୂଆପଡ଼ାର କେମିତି ବିକାଶ ହେବ ସେକଥା ବୁଝାଉଛନ୍ତି ।







