Wednesday, October 8, 2025

ଓଡ଼ିଶାର ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ପିଏମ କିଷାନ ସହାୟତା ରାଶି

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଚାଷୀମାନଙ୍କୁ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣାସୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଏହି ଅବସରରେ ଭୁବନେଶ୍ୱର ଉପକଣ୍ଠ ଆଇସିଏଆର୍-ସିଫାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୩୪ ଲକ୍ଷ ୮୫ ହଜାରରୁଊ କୃଷକଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ହିତାଧିକାରୀମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଏହି ଦିନକୁ ଆମେ ‘ପି.ଏମ – କିଷାନ ଦିବସ’ ଭାବରେ ସାରା ଦେଶ ତଥା ରାଜ୍ୟରେ ପାଳନ କରୁଛୁ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କୃଷକମାନଙ୍କ ମଧ୍ୟରେ ଆବଶ୍ୟକ ଯୋଗ୍ୟତା ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ଏହି ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମୋର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବର୍ତ୍ତମାନ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା କରୁଛି । କୃଷି କ୍ଷେତ୍ରରେ ମଧ୍ୟ ଭାରତ ବିକଶିତ ରାଷ୍ଟ୍ରମାନଙ୍କ ସହିତ ଧୀରେ ଧୀରେ ସମକକ୍ଷ ହେଉଛି । ଆସନ୍ତୁ ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଆମର ଯୋଗଦାନ ରଖିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ, ଓଡ଼ିଶାକୁ ଏଗ୍ରିକଲଚର ଟୁଡ଼େ ପୁରସ୍କାର ମିଳିଛି । ରାଜ୍ୟ ସରକାର କୃଷକଙ୍କ ଆୟ ଦୁଇଗୁଣା କରିବା ପାଇଁ ଚେଷ୍ଟିତ। ଧାନର କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରି ଚାଷୀଙ୍କ ଆୟ ବଢାଇଛୁ। ଅର୍ଥ ରୋଜଗାର କରିବା ସହିତ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଜୈବିକ ଉପାୟରେ ଚାଷ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Hunkar Live
Author: Hunkar Live

Read More

Leave a Comment

Read More

Our Company

Laest News

2024 Reserved Hunkar Live | Designed by Best News Portal Development Company - Traffic Tail