Wednesday, October 8, 2025

ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ

ଭୁବନେଶ୍ଵର:ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ । ଆଜି ଭୁବନେଶ୍ଵର ଆର ଆଣ୍ଡ୍‌ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି। ମିଳିତ ମାଲିକାନାସାମ୍ନାକୁ ଆସିବାରୁ ଭିଜିଲାନ୍ସ ବିଭାଗ ଆଜି ଅଶୋକଙ୍କ ଘରେ ପହଞ୍ଚିଥିଲା। ଭିଜିଲାନ୍ସ କୁ ଦେଖି ଅଶୋକ ଘର ବାହାରୁ ତାଲା ପକାଇ ଭିତରେ ରହି ଯାଇଥିଲେ। ମୋବାଇଲ ସ୍ଵିଚ୍ ଅଫ୍ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା। ଆଉ ଯେତେବେ​‌ଳେ ଭିଜିଲାନ୍ସ ଅଧିକାରୀ ମାନେ ଘର ସିଲ୍ କରିବାକୁ ବାହାରିଥିଲେ ,ସେତେବେଳେ ସେ ଚିନ୍ତାରେ ପଡିଥିଲେ। କୌଣସି ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଅଶୋକ ପଣ୍ଡା। ଭିଜିଲାନ୍ସ ଡରରେ ସେ ଏକ ବ୍ୟାଗ୍ ବାହାରକୁ ଫିଙ୍ଗି ଦେଇଥିଲେ। ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା। ତେବେ ଏକ ବ୍ୟାଗ୍‌ ରୁ ୧ ଲକ୍ଷ ଟଙ୍କା , ସୁନା , ରୂପା ଆଇଫୋନ୍ ଆଦି ଜବତ କରାଯାଇଛି। ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କର ଏକାଧିକ ସ୍ଥାନରେ ରେଡ୍ କରାଯାଇଛି। ତେବେ ଅଶୋକଙ୍କର ଭୁବନେଶ୍ଵରସ୍ଥିତ ଉତ୍କଳ ଗାଲେରିଆରେ ଦୁଇଟି ଦୋକାନ୍ ଥିବାବେଳେ ସିମ୍ପୋନୀ ମଲ୍‌ ରେ ଗୋଟିଏ ଦୋକାନ ରହିଛି। କସମୋପଲିରେ ଅଶୋକଙ୍କର ଦୁଇଟି ଫ୍ଲାଟ୍ ରହିଥିବା ଜଣାପଡିଛି। ଗତକାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ରେଡ୍ ହୋଇଥିଲା।

Hunkar Live
Author: Hunkar Live

Read More

Leave a Comment

Read More

Our Company

Laest News

2024 Reserved Hunkar Live | Designed by Best News Portal Development Company - Traffic Tail