ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର କଡା ଚେକିଂ

ଭୁବନେଶ୍ୱର : ଆଜି ବିଦାୟ ନେବ ୨୦୨୩ । ଆରମ୍ଭ ହେବ ୨୦୨୪ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସରିଛି । କେବଳ ସମସ୍ତେ ରାତିକୁ ଅପେକ୍ଷା କରିଛନ୍ତି । ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜଧାନୀର ବିଭିନ୍ନ ଛକରେ ପୋଲିସ ଅଧିକାରୀ ମୁତୟନ ରହିବେ । ମଦ୍ୟପାନ କରି ଦ୍ରୁତ ଗାଡି ଚଳାଉଥିବା ରୋଡ ରୋମିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜଧାନୀରେ ୧୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସୁରକ୍ଷାରେ ନିୟୋଜିତ ରହିବେ ୪ ଜଣ ଆଡିସନାଲ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ସହ ୮୭ ଜଣ ଏସଆଇ ଓ ଏଏସଆଇ ।

Leave a Comment

Read More