୮୦ ଡଲାର ତଳକୁ ଖସିଲା ତେଲଦର

ନୂଆଦିଲ୍ଲୀ:  ଅଶୋଧିତ ତୈଳ ଦର ଦୁଇ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୦ ଡଲାରତଳକୁ ଖସି ଆସିଛି। ଅଶୋଧିତ ତୈଳର ପ୍ରମୁଖ ଆମଦାନୀକାରୀ ଦେଶ ଭାରତ ସମେତ ସେହି ସବୁ ଦେଶକୁ ଦର ହ୍ରାସ ରୁ ସବୁଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ତେବେ ଏହି ସୁଯୋଗରେ ଭାରତର ତେଲ କମ୍ପାନିମାନେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମାଇବେ କି ? ଏହାହିଁ ଖାଉଟିଙ୍କ ମନରେ ବଡ଼ ପ୍ରଶ୍ନ । ଦେଶରେ ଗତ ପ୍ରାୟ ଏକ ବର୍ଷ ହେଲା ତେଲଦର ସ୍ଥିର ରହିଛି । ଗତ ବର୍ଷ ଦୀପାବ​ଳିରେ ସରକାର ତେଲଦର କମାଇଥିଲେ । ଏଥର ବି ସାଧାରଣ ଜନତାଙ୍କୁ ସରକାର ଦୀପାବଳି ଉପହାର ଦେବେ କି କେନ୍ଦ୍ର ସରକାର ?

Leave a Comment

Read More