ବିଧାନସଭା ନିର୍ବାଚନ, ମିଜୋରାମରେ ୭୭.୪ ଓ ଛତିଶଗଡ଼ରେ ୭୦.୮୭% ମତଦାନ

ନୂଆଦିଲ୍ଲୀ: ଆଜି ମିଜୋରାମରେ ୭୭.୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଛତିଶଗଡ଼ରେ ୭୦.୮୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହା ରେକର୍ଡ କରାଯାଇଛି। ଆଜି ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି। ଆଜିର ଏହି ଭୋଟ ଗ୍ରହଣ ସହିତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିଧାନସଭା ନିର୍ବାଚନ ଋତୁ ଆରମ୍ଭ ହୋଇଥିବା କୁହାଯାଉଛି। ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଛତିଶଗଡ଼ର ଖଇରଗଡ଼ ବିଧାନସଭା ଆସନରେ ସର୍ବାଧିକ ୭୬.୩୧% ମତଦାନ ହୋଇଥିବା ବେଳେ ମହଲା-ମନପୁର-ଆମ୍ବଗଡ ଚୌକିରେ ୭୬% ମତଦାନ ହୋଇଛି। ବିଜାପୁରରେ ସର୍ବନିମ୍ନ ୪୦.୯୮% ମତଦାନ ହୋଇଛି। ଛତିଶଗଡ଼ର ବଳକା ୭୦ଟି ଆସନ ପାଇଁ ନଭେମ୍ବର ୧୭ରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୩ରେ ଏହି ଦୁଇ ରାଜ୍ୟ ସହ ଅନ୍ୟ ୩ଟି ରାଜ୍ୟର ବିଧାନସଭା ପାଇଁ ମତଗଣନା ହେବ।ଛତିଶଗଡ଼ରେ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ‌ଅନୁଷ୍ଠିତ । ଅବଶିଷ୍ଟ ୭୦ଟି ଆସନ ପାଇଁ ପଡ଼ିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ ଥିବା ଆସନଗୁଡ଼ିକରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୂରଜପୁର, ବିଶ୍ରାମପୁର ଜିଲ୍ଲାରେ ନିର୍ବାଚନୀ ରାଲିରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କଂଗ୍ରେସ କେବଳ ପ୍ରତିଶ୍ରୁତି ଦିଏ ହେଲେ ପୂରଣ କରେନି, ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ଦିନରୁ ରାଜ୍ୟରେ ନକ୍ସଲ ହିଂସା ବଢିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିରେ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି । ବିଜେପି ଶାସନରେ କେବଳ ଧନୀକ ଶ୍ରେଣୀଙ୍କ ବିକାଶ ହେଉଥିବା ବେଳେ ଗରିବା ଅଧିକାର କ୍ଷୁର୍ଣ୍ଣ ହେଉଥିବା ପ୍ରିୟଙ୍କା କହିଛନ୍ତି

Leave a Comment

Read More