ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ହସ୍ତକ୍ଷେପ କଲେ ମହିଳା କମିଶନ

ଭୁବନେଶ୍ବର: ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ହସ୍ତକ୍ଷେପ କଲେ ମହିଳା କମିଶନ । ଟୁଟୁ (ସଞ୍ଜୟ) ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା କରିଛନ୍ତି ମହିଳା କମିଶନ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା।

ବିଜେପି ଓ କଂଗ୍ରେସ ପକ୍ଷରୁ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହୋଇଛି। ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ)ଙ୍କୁ ପୁଲିସ ତୁରନ୍ତ ଗିରଫ କରୁ। ଏହା ସହ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗନ୍ତୁ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।
ଠିକ୍ ସେହିପରି ମହିଳା ସାମ୍ବାଦିକାଙ୍କୁ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଘଟଣାକୁ ନିନ୍ଦା କରିଛି ବିଜେପି ମହିଳା ମୋର୍ଚ୍ଚା। ଏଣେ ପୁଲିସ କାହିଁକି ଟୁଟୁ ନାୟକଙ୍କୁ ଗିରଫ କରୁନାହିଁ। ତୁରନ୍ତ ଟୁଟୁ ନାୟକଙ୍କୁ ଗିରଫ କରାଯାଉ ବୋଲି ଦାବି କଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ଵାଳ।

Leave a Comment

Read More